Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ହଜିଲା କଥା

ହଜିଲା କଥା

1 min
370



ସମୟର ସ୍ରୋତରେ, 

ହଜିଲା କଥା,

ଅତୀତ ସ୍ମୃତି,

ଝଲସି ଉଠଇ |


କେତେ ଖୁସି ଥିଲା

ମୋର ଘର,

ଥିଲା ମମତାର ମନ୍ଦିର,

ବାପା ବୋଉ ଭାଇ ଭଉଣୀଙ୍କ 

ଅନାବିଳ ସ୍ନେହ,

ଥିଲl ତ ଛୋଟ ଛୋଟ

ରାଗରୁଷା,

ସ୍ମୃତିରେ ଏବେ ଖାଲି

ବାନ୍ଧିଛି ବସା |


ତା'ର ସ୍ମୃତି ହୋଇଛି ଅତୀତ,

ଏବେ ବି ଜୀବିତ,

ଯୁଗ ତ ବଦଳି ଗଲା,

ନାହିଁ ସେ ସ୍ନେହ ପ୍ରୀତିର 

ଅମ୍ବୃତଧାରା,

ଲୁଚିଗଲା ଧନ ଓ 

ଅହଂକାର ଭିତରେ |


ଫେରିବ କି ସେ ଦିନ !

ଭାବିବାକୁ ସ୍ୱପ୍ନ

ନୂତନ ଯୁଗରେ

ନିରୋଳାରେ ବସି

ଭାବୁଛି ଏବେ

ସେ ହଜିଲା କଥା |


Rate this content
Log in

Similar oriya poem from Abstract