ତୋ ବିନା
ତୋ ବିନା


ଏମିତି ବି ଆଜି କାଲି ଭଲଲାଗେ
ତୋ'କଥା ଭାବି ଭାବି...
ଅନ୍ଧାରରେ ରାତି କାଟିବାରେ
ନିଜ ଲୁହ ଗଙ୍ଗାଜଳେ ,,
ନାଉରୀ ସାଜି
ନାଆ ବାହିବାରେ .....।
ଭଲଲାଗେ ଅନ୍ଧାରରେ
କାନଡେରି ଶୁଣିବାକୁ "ତୋ" ଗୀଟାର ର
ମଧୁର ମୂର୍ଚ୍ଛନା
ଆଉ ଭଲଲାଗେ ଅନ୍ଧାରରେ
ଶୁଣିବାକୁ ତୋ' ଆସିବାର ଶବ୍ଦ
କାହାପାଇଁ ଅତୀତ ତୁ'
ହେଲେ ମୋ ପାଇଁ ବାସ୍ତବ ।
ଏକା ଏକା ଆଜିକାଲି
ତୋ' ସାଥିରେ ବେସି ଗପିହୁଏ
ହସ,ଖୁସି କଥା କିଛି ରହେନାହିଁ ବାକି
ରାତି ବି ନିବିଡ ହୁଏ
କାଚ ବନ୍ଧା ଫ୍ରେମରେ ,,
ଫଟୋକୁ ତୋ'ନିରେଖି ନିରେଖି ।
ସମୟ ମୋ ବିତୁଛି ଏବେ
ବେଖାତିର୍ ଭାବେ
ଚାରିଆଡେ କୁହୁଡିର ଘୋର ଆସ୍ତରଣ
ଜୀବନ ମୋ ପାଲଟି ଯାଇଛି ଏବେ
ନିହାତି ଦାରୁଣ ,,
ତୋ' ବିନା !!
ବଞ୍ଚିବା ପାଲଟିଛି ମୋ ପାଇଁ
ଜୀବନ୍ତ ମରଣ ।