ମୁଁ
ମୁଁ

1 min

270
ମୁଁ ମୟ ଆଜି ଏ ସାରା ସଂସାର
ନାହିଁ ସମ୍ପର୍କର ସେତୁ
ଯୁଆଡେ ଚାହିଁଲେ ମୁଁ ର ରାଜତ୍ୱ
ଜଳେ ହୋଇ ହୁତୁ ହୁତୁ ।
ଯେତେ ଘଷି ମାଜି ଚିକ୍କଣ କଲେବି
ସମ୍ପର୍କ ଡୋରକୁ ମିଳେନି ବିଶ୍ୱାସ ଗନ୍ଧ
ମୁଁ ର ସର୍ବଶ୍ୱ ତା'ପକ୍ଷ ବିସ୍ତାରି
ମଣିଷକୁ କରେ ଅନ୍ଧ ।
ମୁଁ ରୁ ଆରମ୍ଭ ମୁଁ ରେ ହିଁ ଶେଷ
ନଥାଏ କା'ପ୍ରତି ଶ୍ରଦ୍ଧା
କେମିତି ଗଡିବ ସମ୍ପର୍କର ଡଙ୍ଗା
ସେ'ତ ମୁଁ ରେ ବନ୍ଧା ।