STORYMIRROR

Liza Senapati

Abstract

3  

Liza Senapati

Abstract

ସ୍ମୃତି ସାଗରରେ କଲେଜ ଦିନ

ସ୍ମୃତି ସାଗରରେ କଲେଜ ଦିନ

1 min
298


ବିତିଚାଲିଚି ଜୀବନ,

ସମୟର ଅଫେରା ବାଟରେ,

ବହିଯାଉଥିବା ନଈ କି ଫେରେ,

ନା ବିତି ଯାଇଥିବା ସମୟ,

ଆଜି ସ୍ମୃତି ସାଗରରେ ହଜିଯାଇଚି,

ମୋ କଲେଜ ଦିନ ସବୁ,

ସେ ସୁଅରେ ଭାସିଯାଇଛନ୍ତି କଲେଜ ସାଙ୍ଗ ,

ଛାଇ ଭଳି ଥିଲେ ସୁଖ ଦୁଖରେ,

କୁଆଡେ ହଜିଗଲେ ସମୟ ଡଙ୍ଗାରେ।

ମନେପଡୁଥିବା ଦିନ ଫେରିବନି,

ଏ ସମୟର ଲେଉଟା ସୁଅରେ ,

ଆମେ ପୁଣି ଦେଖାହେବା,

ନୂଆ ରୂପରେ ନୂଆ ରଙ୍ଗରେ,

ଅପେକ୍ଷା ଏକ ନୂଆ ଅନୁଭୂତିର।


Rate this content
Log in