STORYMIRROR

DR SAMIR RANJAN BEHERA

Abstract Inspirational Others

3  

DR SAMIR RANJAN BEHERA

Abstract Inspirational Others

ମା ପାଇଁ ପଦେ

ମା ପାଇଁ ପଦେ

1 min
374


ମା ତୁ ଶକ୍ତି ମା ତୁ ସାହସ, 

ଦୁନିଆ ରେ ସବୁ ଶକ୍ତି ତୋ ପାଖେ ତୁଚ୍ଛ l


ଜୀବନ ଦାୟିନୀ ତୁ ମମତାମୟ 

ସୃଷ୍ଟି କୁ ତୋ ଅବଦାନ ଅତୁଳନୀୟ l


କରୁଣାମୟୀ ତୁ ଦୟା ର ସାଗର 

ବକ୍ଷ ରୁ ତୋ ଝରି ପଡେ ଅମୃତ ର ଧାର l


ତୋ ପଣତ ଅଟେ ସତେ ଶ୍ରୀମନ୍ଦିର ନେତ 

ବିପଦ ଆପଦ ରେ ଘୋଡେଇ ଥାଏ ସେତ l


ଦଶ ମାସ ଦଶ ଦିନ ଗର୍ଭେ ଧରେ ସିଏ 

ଜନ୍ମ ଦିଏ ସନ୍ତାନ କୁ ତା ସମ କିଏ l


ଆମ ପାଇଁ ମା ଅଟେ ସରଗର ତାରା 

ତା ବିନା ଜୀବନ ଟା ସତରେ ଅଧୁରା l



ନିଜେ ଜଳି ଦୁଃଖ ସହି ଦିଏ ସେ ଆଲୋକ 

ତା ତ୍ୟାଗ ମହାନତା ଅମୁଲ ଅମାପ l


ତୋ ମମତା ତୋ ସେନେହ ସରଗ ସମାନ 

ତୋ ବିଷୟରେ ଯେତେ କଥା ହେବ ଟି କମ l


କେବେ ଚାହେଁ ନାହିଁ ସେ ପୁଅ ଅଣ୍ଟା ଧନ 

ଘରକୁ ଫେରିଲେ ପଚାରେ ଖାଇଛୁ ନା ଧନ l


ମା ର ଦୋଷ କେବେ ଧରିବା ଯେ ନାହିଁ 

ସବୁବେଳେ ଆମ ଦୋଷ ଦିଏ ଯେ ଘୋଡେଇ l


ବୃଦ୍ଧା ହେଲେ କେବେବି ନକର ଅସମ୍ମାନ 

ଆମର ଏ ଜୀବନ ପରା ଅଟେ ତାର ଦାନ l


ସ୍ୱର୍ଗାଦପି ଗରିୟସୀ ସେ ଦେବୀ ଙ୍କ ସମାନ 

କେ ଅବା ପାରିବ ଦେଇ ତା ଦାନର ପ୍ରତିଦାନ ।


Rate this content
Log in

Similar oriya poem from Abstract