ହିତୋପଦେଶ
ହିତୋପଦେଶ
କବିତା - ହିତୋପଦେଶ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୨-୨୦୨୫
ଆଗେ ଆଗେ ମୁଁ
ପଛେ ପଛେ ମୋ ଛାଇ
ଯୁଆଡ଼େ ପାଦ ଯାଏ ଡ଼ଗ ଡ଼ଗ
ଛାଇ ବି ଲମ୍ବିଯାଏ ମାରୁଥାଏ ହାଇ
ପଛେ ପଛେ ଚାଲୁଥାଏ
ଜାଗ୍ରତ ପ୍ରହରୀ ପରି ହାମୁଡେଇ
ଛାୟାଚିତ୍ର ପରି ଦିଶେ
କଳା କିଟି କିଟି ଆଭାସି ମୁଦ୍ରା
ଅନୁଧାବନ କରୁଥାଏ ନିଜ ଲୋକ ପରି
ପଶ୍ଚାତ ଧାବନ କରୁଥାଏ ଶୁଭଚିନ୍ତକ ପରି
ସୂର୍ଯ୍ୟକିରଣ ତାର ଅମ୍ଳଜାନ ତନ୍ଦ୍ରା
କେବେ ସାନ କ୍ଷୁଦ୍ରାତିକ୍ଷୁଦ୍ରା
କେବେ ଲମ୍ବାଳିଆ ତନୁ ବଲ୍ଲରୀ ଛିଦ୍ରା
ଛତ୍ରେ ଛତ୍ରେ ଜଗିଥାଏ
ଜଗୁଆଳି ଅଙ୍ଗରକ୍ଷକ
ମନେ ହୁଏ ସ୍ଵତସ୍ମୁର୍ତ୍ତ ହସ୍ତକ୍ଷେପ
ଅନଧିକାର ପ୍ରବେଶ
ସ୍ୱାଧୀନୋତ୍ତର ଜୀବନ ଭିତରେ ପ୍ରବେଶ
ମନରେ ଉଠିଲା କୋଳାହଳ
ପଡ଼ିଛୁ କାହିଁ ପଛରେ ?
ଚାଲୁଛୁ ଧାଉଁଛୁ କାହିଁ ସାଥିରେ ?
ଜୀବନ ମୋର ଅଧିକାର
ଜିଇଁବାକୁ କାହିଁ ଦେଉନୁ
ଠେଲି ଦେଉଛୁ ସମସ୍ୟା ହଳାହଳ
ଛାଇ ବି ମୁରୁକି ଦେଲା ଅବଶ୍ୟ
ହସିଲା ନାହିଁ ଅଟ୍ଟହାସ୍ୟ କରି
ବରଂ ଜ୍ଞାନକଳ୍ପ ଛାପି ଦେଲା
ମନ ମସ୍ତିସ୍କ ଛିନ୍ ଛତର ହେଲାପରି
ହୋଇ ହୋ ପଥିକ !
ମଣିଷ ପରା ମାନବ ସମ୍ବଳ
ମାନବରୁ ମହାମାନବର ଯାତ୍ରାପଥ ପଙ୍କିଳ
କେହିଜଣେ ଅଛି ପଛରେ ଅତି ନିଜର
କେହି ଜଣେ ଅଛି ସାଥିରେ ଅତି ଆପଣାର
ଭାବି ଦେଖିଲୁ
ଆଉ କିଏ ଅଛି ସାଥିରେ ପଛରେ କି ?
ଆଉ କିଏ ଗୋଡ଼େଇ ଚାଲିଛି କି ?
ଆଉ କିଏ ଆପଣାର ମିତ୍ର ଦିଶୁଛି କି ?
ଅଶରୀର ଛାଇଆଲୁଅ ହୋଇ ପାରେ
ନୁହଁ ବିଶ୍ୱାସଘାତକ କୃତଘ୍ନ
ରେଖାକଳ୍ପ କଳାହାଣ୍ଡିଆ ଦିଶିପାରେ
ସାହସ ଉଦ୍ରେକକାରୀ ପ୍ରସନ୍ନ
