ହେରା ପଞ୍ଚମୀ
ହେରା ପଞ୍ଚମୀ


ଆଷାଢ଼ ମାସର ଶୁକ୍ଳ ଷଷ୍ଠୀ ତିଥି
ହେରା ପଞ୍ଚମୀ ଯେ ସାର
ଅର୍ଦ୍ଧ ନିଶା ରାତ୍ରି ମାତା ଲୁଚି ଲୁଚି
ନିଅନ୍ତି ସ୍ବାମୀ ଖବର ।।
ବଡ଼ ଭାଇ ସଙ୍ଗେ ଭଉଣୀଙ୍କୁ ନେଲେ
ଥିଲେ ପୁଣି ସୁଦର୍ଶନ
ଚାହିଁ ରହିଥିଲେ ଗୁଣ୍ଡିଚା ରାଣୀ ଯେ
କେବେ ହେବ ଆଗମନ ।।
ସ୍ବାମୀ ବିନା ଏକା ରହିଲେ ଗୋ ମାତା
ଏକାନ୍ତେ ହୋଇ ଦୁଃଖିତା
ହେୟ କରି ପ୍ରଭୁ ନଅ ଦିନ ଯାଏଁ
ଛାଡ଼ି ଗଲେ କରି ଏକା ।।
ବହୁ କଷ୍ଟେ ବିତିଗଲା ଚାରିଦିନ
ପଞ୍ଚମେ ଅସ୍ଥିର ମନ
ଗୁପ୍ତେ ମାତା ଲକ୍ଷ୍ମୀ ଆସିଛନ୍ତି ଚାଲି
କରିବେ ପ୍ରଭୁ ଦର୍ଶନ ।।
ରୋଷ ଅଛି ମନେ କୋପ ଅଛି ମନେ
ଅଧରୁ ଲିଭିଛି ହସ
ଅଭିମାନନେ ଭରା ମୁହିଁ ଟି ଉଦାସ
କିଏ ସହିବ ବତାସ ।।
ଋଷିଲା ବଦନ ନଦେଖ ଲୋ କେହି
ଚାଲିଗଲେ ଏକାନ୍ତରେ,
ସ୍ବାମୀ ଙ୍କୁ ନପାଇ ରଥ ଭାଙ୍ଗି ଦେଇ
କୋପେ ଫେରିଲେ ମନ୍ଦିରେ ।।
ହେରା ଗୋହିରି ସାହି ଦେଇ ଆସିଲେ
ଜଗତେ ପଡ଼ିଲା ହୁରି,
ହେରାପଞ୍ଚମୀ ରେ ରାଗ ଋଷା ସାଥେ
ଲୀଳା କରନ୍ତି ଶ୍ରୀହରି ।।