ହେରା ପଞ୍ଚମୀ
ହେରା ପଞ୍ଚମୀ
ମାଆ ଦୟାମୟୀ,
ଏତେ କ୍ରୋଧ କଲ କାହିଁପାଇଁ,
ମାଆ ଦୟାମୟୀ l
ରୁକ୍ମିଣୀ ବିବାହ ପାଞ୍ଚ ଦିନ ପରେ
ସ୍ନାନ ପୁର୍ଣିମା ପଡିଲା
ଶହେ ଆଠ ଗରା ପାଣି ଢାଳି ହୋଇ
ଶ୍ରୀହରି ଙ୍କୁ ଜ୍ୱର ହେଲା l
ଜ୍ୱରରେ ଶୋଇଲେ ଅସ୍ତବ୍ୟସ୍ତ ହେଲେ,
ମନେ ପଡି ଗଲା ମାଆ
ମାଉସୀ ମାଆ କୁ ସାକ୍ଷାତ ପାଇଁକି
ଉଦବେଳିତ ହେଲା ହିଆ l
ନବ ବିବାହିତା ପତ୍ନୀ ଙ୍କୁ ନ ନେଇ
ଭାଇ ଭଉଣୀ ଧାଇଁଲେ
ଜ୍ୱର ର ଅବସ୍ଥା ବଖାଣିବା ପାଇଁ
ସଜବାଜ ହୋଇ ଗଲେ l
ଦେଢଶୁର ଯେଣୁ ସାଙ୍ଗେ ଯାଉଥିଲେ,
ତୁମ କୁ ତ ନେଲେ ନାହିଁ
ସେଥିପାଇଁ ଏତେ କ୍ରୋଧ କରି ତୁମେ
ରଥ କୁ ଭାଙ୍ଗିଲ ଯାଇ l
ତୁମେ ରାଗିବାର ଯଥାର୍ଥତା ଅଛି
>ନେଲେନି ପ୍ରଭୁ ସାଥିରେ
ଦୟାମୟୀ ମାଆ ଯଦି ରାଗିଯାନ୍ତି
କି ହେବ ଏହି ସଂସାରେ l
ଥରେ ରାଗିଥିଲେ ଅନ୍ନ ନ ମିଳିଲା
ଦୁଇ ଭାଇ ଭିକ ମାଗି
କୁଟ କପଟିଆ ଛପନ ଭୋଗିଆ
ମାଗିମାଗି ହେଲେ ଯୋଗୀ l
ଜାତିହୀନ ପୃଥ୍ୱୀ ସମସ୍ତେ ଖାଆନ୍ତି
ଖାଇ ବୋଳୁଥାନ୍ତି ମୁଣ୍ଡେ
ମାତା କରାମତି ସମସ୍ତେ ଜାଣନ୍ତି
ଭୁଲିଗଲେ ପ୍ରଭୁ ଚାଣ୍ଡେ l
ଲମ୍ପଟି କପଟୀ ନାଟୁଆ ସେ ଭାରି
ସାବଧାନ ତାଙ୍କୁ ଥିବେ
ଯେମିତି ପ୍ରକାର ମନ ମୋହିବେ
ସେ ମୋହିନୀ ମାୟା କରିବେ l
ଜମା ଭୁଲି ବନି, ଜମା ଭୁଲିବନି
କେବେହେଲେ ଦ୍ୱାର ଛାଡିବନି
ଏଣୁ ତେଣୁ ଦେଇ ଭୁଲାଇ ଦେବେସେ,
ଟିକେ ହେଲେ ତୁମେ ହସିବନି l
ଜମା ଭୁଲି ଵନି.........