STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ହେଜିବା ଆମେ ଚିତ୍ତେ

ହେଜିବା ଆମେ ଚିତ୍ତେ

1 min
303


ମୁଠାଏ ମାଟି ଚିପୁଡ଼ି ଦେଲେ

ନିଗିଡ଼ି ଯିବ ଲହୁ,

ଝରିଛି ଯାହା ଦେଶଭକତ

'ଅମରଗଣ' ଦେହୁ ।


କିଏ ସେ ଅବା ପାରିବ କହ

ତାଙ୍କରି ସଂଖ୍ୟା କଳି,

ଦେଶ ମାଟିର ମୁକତି ଯଜ୍ଞେ

ପଡ଼ିଛନ୍ତି ଯେ ବଳି ।


ସକଳ ସୁଖ ସ୍ୱାଚ୍ଛନ୍ଦ୍ୟ ଭୁଲି

ମଜ୍ଜାଇ ଦେଲେ ଚିତ୍ତ,

ଥିଲା କେବଳ ଗୋଟିଏ ଲକ୍ଷ୍ୟ

ଦେଶ ଜାତିର ହିତ ।


ବଇରୀ ସାଥେ ଯୁଝିଲେ କେତେ

ଦେଶପ୍ରେମରେ ମାତି,

ମାଟି ମାଆର ମଙ୍ଗଳ ଲାଗି

ପତାଇ ଦେଲେ ଛାତି ।


ଖଣ୍ଡାର ଚୋଟ, ବନ୍ଧୁକ-ଗୁଳି

ଛଳନା ଅତ୍ୟାଚାର, 

କେତେ ଯାତନା ସହିଲେ ସେ ଯେ

ହିସାବ ନାହିଁ ତା'ର ।


ତଥାପି ଜମା ଡରିଲେ ନାହିଁ

ହାରି ଗଲେନି କେହି,

ପ୍ରାଣକୁ ବାଜି ଲଗାଇ ଦେଲେ

ସର୍ବେ ଏକାଠି ହୋଇ ।


ସେଦିନ ଭଳି ଆଜି ବି ପୁଣି

କେତେ ଯେ ବୀରଗଣ,

ମାଟି ମାଆର ସୁରକ୍ଷା ଲାଗି

ହସି ଦିଅନ୍ତି ପ୍ରାଣ ।


ତାଙ୍କରି ଏଇ ବଳିଦାନକୁ

ହେଜିବା ଆମେ ଚିତ୍ତେ,

କଦାପି କେହି ଭୁଲିବା ନାହିଁ

ଉତ୍ତରପୀଢ଼ି ଯେତେ ।


କରିବା କିଛି ମହତ କାମ

ଏ ମାଟି ହିତ ପାଇଁ,

ସଫଳ ହେବ ମାନବ ଜନ୍ମ

ଦେଇଛନ୍ତି ଯା' ସାଇଁ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action