ହେ ଶତାୟୁ ପୁରୁଷ
ହେ ଶତାୟୁ ପୁରୁଷ
ହେ ଶତାୟୁ ପୁରୁଷ
ତୁମ ବିରହରେ କାନ୍ଦେ ଆଉ
ଖସେ ମୋ ମାଆର ଆୟୁଷ
ଶ୍ରାବଣର ବର୍ଷା ପରି ଝରିଆସେ
ପ୍ରତି ମୁହୂର୍ତ୍ତରେ ଆଖିରୁ ଲୋତକ
ଓଦା କରି ଚାଲି ଯାଏ
ରଙ୍ଗ ବେରଙ୍ଗ ର ଦୁନିଆଟା
ଲାଗେ ତାକୁ ତୁମ ବିନା ଫିକା
ଜନାରଣ୍ୟ ଘର ଲାଗେ ତାକୁ
ତୁମ ବିନା ଏକା ଏକା
କରିବ ବା କଣ ?
ତୁମେ ତ ଚାଲିଗଲ ତାକୁ ଠକି
ଏକାକରି, ଦେଇଗଲ ଖାଲି
ତୁମ ବଙ୍କୁଲି ବାଡି
ଠିକ୍ କରିଛ ତୁମେ
ଜାଣିଛ, ଆଉ ତ ବଳ ବୟସ ନାହିଁ
ଚାଲିବାକୁ ଏକା
ସେଥିପାଇଁ ଦେଇଗଲ ବୋଧେ
ବାଡିର ସାହାରା
କେବଳ ଅପେକ୍ଷା
ତୁମେ ଲେଉଟି ଆସିବ
ଅଣ ଲେଉଟା ମୃତ୍ୟୁର ଫାଶରୁ
ହାତ ଧରି ନେଇଯିବ ବୋଧେ
ତୁମ ଯିବା ପଥେ
ତୁମ ବିରହରେ ଜଳୁଥିବା
ପ୍ରିୟର ପତ୍ନୀକୁ
ଛାଡ଼ିବ ବା କିପରି
ଯିଏ ତୁମ ବିନା ଜାଣିନି
ଏକା ବଞ୍ଚିବ କିପରି ?
