STORYMIRROR

Surjyakanta Dash

Tragedy Inspirational Others

3  

Surjyakanta Dash

Tragedy Inspirational Others

ହେ ଶତାୟୁ ପୁରୁଷ

ହେ ଶତାୟୁ ପୁରୁଷ

1 min
189


ହେ ଶତାୟୁ ପୁରୁଷ

ତୁମ ବିରହରେ କାନ୍ଦେ ଆଉ

ଖସେ ମୋ ମାଆର ଆୟୁଷ

ଶ୍ରାବଣର ବର୍ଷା ପରି ଝରିଆସେ

ପ୍ରତି ମୁହୂର୍ତ୍ତରେ ଆଖିରୁ ଲୋତକ

ଓଦା କରି ଚାଲି ଯାଏ

ରଙ୍ଗ ବେରଙ୍ଗ ର ଦୁନିଆଟା

ଲାଗେ ତାକୁ ତୁମ ବିନା ଫିକା

ଜନାରଣ୍ୟ ଘର ଲାଗେ ତାକୁ

ତୁମ ବିନା ଏକା ଏକା

କରିବ ବା କଣ ?

ତୁମେ ତ ଚାଲିଗଲ ତାକୁ ଠକି

ଏକାକରି, ଦେଇଗଲ ଖାଲି

ତୁମ ବଙ୍କୁଲି ବାଡି

ଠିକ୍ କରିଛ ତୁମେ

ଜାଣିଛ, ଆଉ ତ ବଳ ବୟସ ନାହିଁ

ଚାଲିବାକୁ ଏକା

ସେଥିପାଇଁ ଦେଇଗଲ ବୋଧେ

ବାଡିର ସାହାରା

କେବଳ ଅପେକ୍ଷା

ତୁମେ ଲେଉଟି ଆସିବ

ଅଣ ଲେଉଟା ମୃତ୍ୟୁର ଫାଶରୁ

ହାତ ଧରି ନେଇଯିବ ବୋଧେ

ତୁମ ଯିବା ପଥେ

ତୁମ ବିରହରେ ଜଳୁଥିବା

ପ୍ରିୟର ପତ୍ନୀକୁ

ଛାଡ଼ିବ ବା କିପରି

ଯିଏ ତୁମ ବିନା ଜାଣିନି

ଏକା ବଞ୍ଚିବ କିପରି ?


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy