STORYMIRROR

Keshab Chandra Dash

Classics Others

3  

Keshab Chandra Dash

Classics Others

ହେ ଶୀତ

ହେ ଶୀତ

1 min
141

ହେ ଶୀତ ,

ବହୁ ପ୍ରତୀକ୍ଷା ପରେ ଆସିଛ 

ଗାଇବାକୁ ଗୀତ,

ହେ ଶୀତ।


ହେ ଶୀତ,

ତୁମ ଗୀତ ପ୍ରଭାବ ରେ 

ଦେହ ପ୍ରକମ୍ପିତ ,

ଶୁନଶାନ୍ ପୁରପଲ୍ଲୀ ,

ମନୁଷ୍ୟ ର ନାହିଁ ଆତଯାତ,

ହୁର ହୁର୍ ପବନରେ

ତୁମ ମୂର୍ଚ୍ଛନା ର ଗୀତ,

ହେ ଶୀତ,

ବହୁ ପ୍ରତୀକ୍ଷା ପରେ ଆସିଛ 

ଗାଇବାକୁ ଗୀତ।


ହେ ଶୀତ,

କୁହୁଡ଼ି ଚାଦର ଉଡ଼ି

ମୃଦୁମନ୍ଦ ହସ,

ଚା' ପିଆଲା ରେ ତୋର

ହୋଇଥାଏ ରୋଷ,

ଗରମ ପୋଷାକ ଦେଖି

ହେଉ ଭୟଭୀତ,

ହେ ଶୀତ,

ବହୁ ପ୍ରତୀକ୍ଷା ପରେ ଆସିଛ 

ଗାଇବାକୁ ଗୀତ।


ହେ ଶୀତ,

ଜିନିଆ,ସେବତୀ,ଗେଣ୍ଡୁ 

ହୋଇଛନ୍ତି ପ୍ରୀତ,

ଖିଲି ଖିଲି ହସରେ

ସେମାନେ ସୁଶୋଭିତ ,

ପ୍ରୀତି ଭରା ଅର୍ଘ୍ୟ ଦେଇ 

କରନ୍ତି ସ୍ବାଗତ ,

ହେ ଶୀତ,

ବହୁ ପ୍ରତୀକ୍ଷା ପରେ ଆସିଛ 

ଗାଇବାକୁ ଗୀତ।


ହେ ଶୀତ,

ତୁମ ଆଗମନେ ସୂର୍ଯ୍ୟ,

ନାହିଁ ତାର କୋପ ,

ସୁନେଲି ଆଲୋକେ ଧରା

ହୁଏ ସୁସଜ୍ଜିତ,

କୃଷକ ର କ୍ଷେତ ଦେଖି

ମନ ବିମୋହିତ,

ହେ ଶୀତ,

ବହୁ ପ୍ରତୀକ୍ଷା ପରେ ଆସିଛ 

ଗାଇବାକୁ ଗୀତ।



Rate this content
Log in

Similar oriya poem from Classics