ହେ ଶୀତ
ହେ ଶୀତ
ହେ ଶୀତ !
ଆଜି ମୋତେ
ସବୁକିଛି ମନେ ପଡିଯାଉଛି,
ମୋ ଆଖି ଆଗରେ
ଚଳଚିତ୍ର ଦେଖିଲା ଭଳି ଲାଗୁଛି l
ମୋ ଜନ୍ମ ପରଠାରୁ
ତୁମେ ପ୍ରତି ବର୍ଷ
ଆସିଛ ଯାଉଛ,
ଭାବୁଥିଲି
ତୁମେ ଆସିଲେ
ଆଣିଦିଅ ଆନନ୍ଦ
ହେଲେ
ସବୁକିଛି ମିଛ ମିଛ ମିଛ l
ତୁମ ପ୍ରଖରତା ଅନୁଭବ ହୁଏ
ରାତ୍ରିର ଶେଷ ପ୍ରହରରେ,
ମାଆ ସାଉଁଟି ନେଇ
ଲୁଚେଇ ରଖେ କୋଳ ଭିତରେ,
ଭାଇ ଭଉଣୀ,
କାକା ପିଉସୀ,
ମାମୁଁ ମାଉସୀଙ୍କ ସହ
କମ୍ବଳ ଭିତରେ I
ଲମ୍ବା ରାତ୍ରିର ଅଳସ୍ୟ କହେ
ସବୁଦିନ କଟୁ ଥାଆନ୍ତା କି
ଏମିତି ମଜାରେ,
ସତରେ
ଶୀତ ବସ୍ତ୍ର ପରିଧାନରେ
କେତେ ଖୁସି ଭରିଦିଅ
ମୋ ମନ ଭିତରେ l
ଯୌବନ ରକ୍ତର ଉଷ୍ମତା
ବାଣ୍ଟି ଦେଇ ଥିଲି
ପତ୍ନୀ ସହ,
ସତରେ ଶୀତ
ତୁମେ ହିଁ ଆରମ୍ଭ କର
ସଂସାର ବୃଦ୍ଧି ମୋହ l
ତୁମକୁ ଚିହ୍ନି ପାରିନଥିଲି
ଭାବିଥିଲି
ପ୍ରତି ବର୍ଷ
ଅତି ଉଲ୍ଲାସରେ
ଆସିଥାଏ ଶୀତ,
ସ୍ବର୍ଗରୁ ଓଲ୍ଲାଇ ଆସେ
ସାଙ୍ଗେ ନେଇ ପାରିଜାତ l
ତୁମ ସାଥି
ଥଣ୍ଡା, ଖାସ, କଫ, ଜ୍ୱର,
ଚର୍ମ ରୋଗ ଇତ୍ୟାଦି ଇତ୍ୟାଦି-
ନିଷ୍ଠୁର, ଅନ୍ୟାୟ, ଅତ୍ୟାଚାରର ବକ୍ଷ,
ହେ ! ବିଷ ବୃକ୍ଷ l
ଅପରାହ୍ନରେ
ବାର୍ଦ୍ଧକ୍ୟ ଆସିଲା
ଚର୍ମ ସବୁ ଝାଉଁଳି ପଡିଲା
ମୋ ରକ୍ଷା କବଚ
ଛାଡ଼ି ଚାଲିଗଲେ
ତୁମେ ମାଡ଼ି ବସିଲ ଶୀତ !
ତୁମ ସହ କୁସ୍ତି କଲାବେଳେ
ବିଧାତାର ଚିତ୍କାର ଶୁଭିଲା
ଏକ ଦୁଇ ତିନ
ଦେଖିଲିନି ଶୀତ l
