STORYMIRROR

Santosh Mishra

Abstract Drama Tragedy

4  

Santosh Mishra

Abstract Drama Tragedy

ହେ ଶୀତ

ହେ ଶୀତ

1 min
322

ହେ ଶୀତ !

ଆଜି ମୋତେ

ସବୁକିଛି ମନେ ପଡିଯାଉଛି,

ମୋ ଆଖି ଆଗରେ

ଚଳଚିତ୍ର ଦେଖିଲା ଭଳି ଲାଗୁଛି  l


ମୋ ଜନ୍ମ ପରଠାରୁ

ତୁମେ ପ୍ରତି ବର୍ଷ

ଆସିଛ ଯାଉଛ,

ଭାବୁଥିଲି

ତୁମେ ଆସିଲେ

ଆଣିଦିଅ ଆନନ୍ଦ

ହେଲେ

ସବୁକିଛି ମିଛ ମିଛ ମିଛ l


ତୁମ ପ୍ରଖରତା ଅନୁଭବ ହୁଏ

ରାତ୍ରିର ଶେଷ ପ୍ରହରରେ,

ମାଆ ସାଉଁଟି ନେଇ

ଲୁଚେଇ ରଖେ କୋଳ ଭିତରେ,

ଭାଇ ଭଉଣୀ,

କାକା ପିଉସୀ,

ମାମୁଁ ମାଉସୀଙ୍କ ସହ

କମ୍ବଳ ଭିତରେ I


ଲମ୍ବା ରାତ୍ରିର ଅଳସ୍ୟ କହେ

ସବୁଦିନ କଟୁ ଥାଆନ୍ତା କି

ଏମିତି ମଜାରେ,

ସତରେ

ଶୀତ ବସ୍ତ୍ର ପରିଧାନରେ 

କେତେ ଖୁସି ଭରିଦିଅ

ମୋ ମନ ଭିତରେ l


ଯୌବନ ରକ୍ତର ଉଷ୍ମତା

ବାଣ୍ଟି ଦେଇ ଥିଲି

ପତ୍ନୀ ସହ,

ସତରେ ଶୀତ

ତୁମେ ହିଁ ଆରମ୍ଭ କର 

ସଂସାର ବୃଦ୍ଧି ମୋହ l


ତୁମକୁ ଚିହ୍ନି ପାରିନଥିଲି

ଭାବିଥିଲି

ପ୍ରତି ବର୍ଷ

ଅତି ଉଲ୍ଲାସରେ 

ଆସିଥାଏ ଶୀତ,

ସ୍ବର୍ଗରୁ ଓଲ୍ଲାଇ ଆସେ

ସାଙ୍ଗେ ନେଇ ପାରିଜାତ l


ତୁମ ସାଥି

ଥଣ୍ଡା, ଖାସ, କଫ, ଜ୍ୱର,

ଚର୍ମ ରୋଗ ଇତ୍ୟାଦି ଇତ୍ୟାଦି-

ନିଷ୍ଠୁର, ଅନ୍ୟାୟ, ଅତ୍ୟାଚାରର ବକ୍ଷ,

ହେ ! ବିଷ ବୃକ୍ଷ l


ଅପରାହ୍ନରେ

ବାର୍ଦ୍ଧକ୍ୟ ଆସିଲା

ଚର୍ମ ସବୁ ଝାଉଁଳି ପଡିଲା

ମୋ ରକ୍ଷା କବଚ

ଛାଡ଼ି ଚାଲିଗଲେ

ତୁମେ ମାଡ଼ି ବସିଲ ଶୀତ !

ତୁମ ସହ କୁସ୍ତି କଲାବେଳେ

ବିଧାତାର ଚିତ୍କାର ଶୁଭିଲା

ଏକ ଦୁଇ ତିନ

ଦେଖିଲିନି ଶୀତ l


Rate this content
Log in

Similar oriya poem from Abstract