ହେ ସ୍ବାମୀ ମୋର
ହେ ସ୍ବାମୀ ମୋର
ସେପାରିର ମାର୍କେଟରୁ
କୁକୁଡ଼ା ଆଣିବି
ଗରମ ଭାତ ସାଙ୍ଗେ ରାନ୍ଧି
ତତେ ଖୁଆଇବି ।
ଟଲି ଟାଣି ସନ୍ଧ୍ୟା ବେଳେ
ହାଣ୍ଡିଆ ପିଇବୁ
ଚଢ଼ିଗଲେ ମଦ ନିଶା
ମୋତେ ବାଡ଼େଇବୁ ।
ଗୋରିଲୋ ଗୋରି ମାେ
କରମ ଯେ ବାମ
ତୋ ପରି ଗେରସ୍ତ ସଙ୍ଗେ
ରହି ହେଲି ବଦନାମ ।
ଚାଳ ପରେ ଜହ୍ନ ଦିଶେ
ତୋ ଆଖି ଯାଇଛି କି ଫୁଟି
ସାହି ଲୋକ କୁହା କୁହି
ତୋତେ ଦେବେ କୁଟି ।
ଭାରି ତୋ ବହପ ସନା
ରସିକ ନାଗର
ସୁନ୍ଦରୀ ସ୍ତିରୀଙ୍କୁ ଦେଖି
ଛାତି ଫାଟି ଯାଏ ତୋର ।
ରହରେ ରଇଜଳା ତୋ
ଚାବି ଦେବି ମୋଡ଼ି
ଭୋକ ଉପାସରେ ପଡି
ଦେଉଥିବୁ ହମ୍ବା ରଡ଼ି ।
ବାପଘର ଚାଲି ଯିବି
ସବୁ ନେଇ ଯିବି ଛାଣି
ପୋଲ ତଳେ ଢୁଳେଇବୁ
ପିଇ ନାଲି ପାଣି ।
କେମିତି ଅଭାଗା ସ୍ବାମୀ
ହାତ ଧରି ତୋର
ଜୀବନ ତମାମ ତୋପାଇଁ
ହେଲି ହରବର ।
ମନ୍ଦିର ଯାଏ କି ଯାଏ
ମୁଁ କଟକ ବଜାର
ମଦୁଆ ଗେରସ୍ତ ତୋର
ଜାଣିବା ନୁହେଁ ଦରକାର ।
ମାେ ପତି ପରମେଶ୍ଵର
ଶୁଣିବକି ଥରେ
ଦୁରେ ଯାଅ ଶହେ ମୁଣ୍ଡିଆ
ମାରୁଛି ତୁମ ଚରଣରେ ।