ହେ ରମଣୀ
ହେ ରମଣୀ
ମୁହିଁ କି ଗୋ ସେଇ ନାରୀ ଯେଉଁ ନାରୀ ଗର୍ଭେ ଦିନେ
ଆନନ୍ଦରେ ଖେଳୁଥିଲି କେତେଯେ ଖେଳ
ଜନମ ପୂର୍ବରୁ ମୁହିଁ ମାରିଥିଲି ଲାତ କେତେ
ଦେଖି ନ ଥିଲି ସେ ସମୟେ ମା ର କୋଳ
ହେ ରମଣୀ ତୁମେ ମହାନ
ତୁମ ବିନା ସୃଷ୍ଟି ର କି ହୋଇବ ଜନ୍ମ ।
ଝିଅ ଜନମ ଦେଖିଣ ହିନମନ ସଭିଙ୍କର
ପୁଅ ଖୋଜୁ ଖୋଜୁ ଆଜି ପାଇଲେ ଝିଅ
ଖୁସି ନାହିଁ କାହା ମନ ଜାଣିନି ଝିଅ ରତନ
କାଇ କାନ୍ଦୁଛି ଆଜି ସଭିଙ୍କ ହୃଦୟ
ହେ ମାନବ ଜାଗ୍ରତ ହୁଅ
ନାରୀ, ଲକ୍ଷ୍ମୀ, ଦୁର୍ଗା, ସୀତା ଜାଣିକି ରଖ ।
ଝିଅ ବଡ଼ ହୋଇଗଲେ ଭୟ ଆସି ଘର କରେ
କାଳେ କାହା କୁଦୃଷ୍ଟି ଜମା ରୁ ନପଶୁ
ଘର କାମ ଶୀଘ୍ର ଶିଖ ଯିବୁ ଯେବେ ଶାଶୁ ଘର
କାଳେ କେତେ କଥା କହିବ ଲୋ ତୋ ଶାଶୁ
ଝିଅ ବିନା ଘର ଅନ୍ଧାର
ଝିଅ, ବୋହୂ ହୋଇ ଘର କରେ ସୁନ୍ଦର ।
ଶାଶୁ ଘରେ ଅତି ଶୀଘ୍ର ଯଦି ମାଆ ନ ହୋଇଲ
ବାଞ୍ଜ ବୋଲି ନିର୍ଯାତନା ହେବ ଆରମ୍ଭ
ପୁଅ ଝିଅ ଯଦି କେବେ ଖରାପ ରାସ୍ତା ରେ ଯାଏ
ସେଇ ଦୋଷରେ ମାଆଙ୍କ ନାମ ଉଠିବ
କି କରିବ କୁହ ରମଣୀ
ଜନ୍ମ ଠାରୁ ଆରମ୍ଭ ଗୋ ଦୁଃଖ କାହାଣୀ ।
