STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହେ ରାମ

ହେ ରାମ

1 min
33


      ( ରାଗ:- ଗୁଜ୍ଜରୀ ବା ଭାଗବତବାଣୀ )


ମର୍ତ୍ତ୍ୟରେ ଥିବି ଯେତେ ଦିନ


          ରାମ ଭକ୍ତିରେ ଏ ଜୀବନ !!


ରାଷ୍ଟ୍ରର ପାଇଁ ପ୍ରାଣ ଦେବି


          କର୍ତ୍ତବ୍ୟ ପଥେ ରହିଥିବି !!


କାହିଁକି ଶ୍ରୀରାମ ଛାଡିବି?


          ଚରଣେ ଭକ୍ତି ରଖି ଥିବି !!


           

ସାକ୍ଷାତେ ରାମ ପରଂବ୍ରହ୍ମ


            ଅଟନ୍ତି ପ୍ରଭୁ ଦାରୁବ୍ରହ୍ମ !!


କରିବି ରାଷ୍ଟ୍ରହିତେକାର୍ଯ୍ୟ


          କର୍ମରେ ରଖି ଥିବି ଧର୍ଯ୍ୟ !!


ଗାଇବି ସଦା ରାମ ନାମ


         କର୍ତ୍ତବ୍ୟେ ଥାଉ ସତ୍ୟ ଧର୍ମ !!


ଇଚ୍ଛା ମନରେ ଅଛି ଅତି


          ବାଲ୍ୟରୂପରେ ରଘୁ ପତି !!


ପ୍ରାଣ ପ୍ରତିଷ୍ଠା ଶ୍ରୀରାମଙ୍କ 


          ଗର୍ଭଗୃହରେ ହେ ପ୍ରଭୁଙ୍କ !!


ଦେଖିବା ପାଇଁ ଅଛି ମନ


          କରିବେ ଯାହା ଜନାର୍ଦ୍ଦନ !!


କର୍ମକୁ, କରି ଦେଲେ ଜ୍ଞାନ

  

          ମନୁଷ୍ୟ ପାଇଁ କର୍ମଜ୍ଞାନ !!


ଜୀବନେ ରାମ ସର୍ବୋପରି


           କରନ୍ତି କରୁଣା ଶ୍ରୀହରି !!


ଶାସନେ ମୂଳ ମନ୍ତ୍ର ରାମ


          ସମ୍ବିଧାନରେ ରାମ ଚିହ୍ନ !!


ରାମ ସର୍ବୋଚ୍ଚ ଜୀବନର


          ବିନୁ ତା ଅନ୍ଧାର ସଂସାର !!


ଜୀବନେ ରାମ ଛାଡ଼ିଲିନି


          ହିଂସା ଜୀବନେ କରିବିନି !!




Rate this content
Log in

Similar oriya poem from Abstract