Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4.5  

Jagannath Barik

Classics

ହେ ପୁସ୍ତକ

ହେ ପୁସ୍ତକ

1 min
520


ହେ ପୁସ୍ତକ ତୁମେ  ଦେଶକାଳାତୀତ

    ଜ୍ଞାନ ସାଗରର ପୋତ

ବେଦବର କର    ଶ୍ରୁତି ଶାସ୍ତ୍ର ସାର

   ମାପ ମହାକାଳ ସ୍ରୋତ |


ତୁମ ମହିମାକୁ    ମହାସରସ୍ୱତୀ

   ମହତି ବୀଣା ଝଙ୍କାରେ

ଶ୍ରୀକରେ ଧାରଣ   ସହ ମୂଲ୍ୟାୟନ

   କରୁଛନ୍ତି ସଦାକାଳେ |


ଅଗ୍ରପୂଜ୍ୟ ଗଣ  ଈଶ ଗଜାନନ

  ଲେଖନ ପୁସ୍ତକଧାରୀ

କବି ଶୁକ୍ରାଚାର୍ଯ୍ୟ  ପୂଜ୍ୟ ଦୈତ୍ୟାଚାର୍ଯ୍ୟ

  ସଦା ପୁସ୍ତକେ ଆଭାରି |


ଗୁରୁ ବୃହସ୍ପତି   ଷଡ଼ ତତ୍ତ୍ୱଦର୍ଶୀ

   ମହା ମହା ଋଷିଗଣ

ବ୍ୟାସ ଜଇମିନୀ  କଣାଦ ବଶିଷ୍ଠ

   ପାତଞ୍ଜଳି ଗଉତମ |


ଆଦିକବି ବାଲ-  ମୀକ, କାଳିଦାସ

   ମାଘ ଭାରବୀ ବିହ୍ଲଣ

ଶ୍ରୀହର୍ଷ ଭାରବୀ  ଚରକ ଶ୍ରୁଶ୍ରୁତ

  ଭରତ ନାଟ୍ୟ ରତନ |


ଚାଣକ୍ୟ ମିହିର ଆର୍ଯ୍ୟଭଟ୍ଟଆଦି

  କଲେ ତୋତେ ବିରଚନ

ଅଷ୍ଟାଦଶ ବିଦ୍ୟା  ଜ୍ଞାନ ବିଜ୍ଞାନରେ

   ତୁହି ଯେ ଅସରା ଧନ |


ପୁରାଣରୁ ପର-  ମାଣୁ ଯୁଗଯାଏ

   ତୁମେ ଭରସାର ସ୍ଥଳ

ତୁମେ ହିଁ ଚନ୍ଦ୍ରାର୍କ ବିଦ୍ୟୁତ ପାବକ

   ଜ୍ଞାନ ଆଲୋକ ବିତର |


ଧରମ ଦର୍ଶନ   ନ୍ୟାୟ ବିଶ୍ଳେଷଣ

  ସମାଜ ଵିଧି ବିଧାନ

ବିଭିନ୍ନ ଭାଷାରେ ସମଗ୍ର ବିଶ୍ୱରେ

  ତୁମେ ସଦା ଅଗ୍ରମାନ୍ୟ |


ଶ୍ରୀମନ୍ଦିରେ ତୁମେ  ମାଦଳା ପାଞ୍ଜିକୁ

  ଭାଗବତ ଘରେ ପୋଥି

ଧର୍ମ ଗ୍ରନ୍ଥାଳୟେ  ଅବା ନ୍ୟାୟାଳୟେ

  ତୁମେ ସତ୍ୟ ରୂପୀ ସାକ୍ଷୀ |


ତୁମକୁ ଧାରଣ  କରି ଏ ମଣିଷ

  ଅସାଧ୍ୟ କରେ ସାଧନ

ତୁମେ ଜ୍ଞାନମୟ  ତୁମେ ବ୍ରହ୍ମମୟ

  ତୁମକୁ କୋଟି ନମନ |



Rate this content
Log in