ହେ ପ୍ରଭୁ ରଘୁବୀର
ହେ ପ୍ରଭୁ ରଘୁବୀର
ହେ ପ୍ରଭୁ ରଘୁବୀର......
ତ୍ରେତୟା ଯୁଗର ଠାକୁର ହେ ତୁମେ
ମୁଁ କଳିଯୁଗ ନର,
ବାଲମୀକ ମୁନି ମୁଁ ନୁହେଁ ବରଂ
ଅଟେ ଦସ୍ୟୁ ରତ୍ନାକର।
ହେ ପ୍ରଭୁ ରଘୁବୀର....
ତୁମେ ପିତୃ ସତ୍ୟ ପାଳିପାର,
ଯାଅ ପଛେ ବନ ଘୋର,
ମୁଁ ଏଇ ଯୁଗ ନର,
ନିଜ ସ୍ବାର୍ଥ ପାଇଁ ଜରାଶ୍ରମେ ନେଇ
ଛାଡ଼େ ପିତାମାତା ମୋର,
ଭରତ ବିଚରା ମରୁ ପଛେ ଏଠି
ରାଜଗାଦୀ ଦରକାର,
ହେ ପ୍ରଭୁ ରଘୁବୀର.....
ତୁମେଏକ ସ୍ତ୍ରୀ ବରିପାର,
ମୁଁ କିନ୍ତୁ ଏଠି ଦୁଷ୍କର୍ମ କେସ୍ରେ
ଦାଗୀଟି ଏକ ନମ୍ବର।
ମୁଁ ଏଇ ଯୁଗ ନର।
ହେ ପ୍ରଭୁ ରଘୁବୀର..
ରାବଣ ବିନାଶ ପାଇଁ ସମୁଦ୍ରରେ
ସେତୁବନ୍ଧ ନିର୍ମାଣିଲ,
କୁହ ହେ ଠାକୁର କେତେଟଙ୍କା ସେଠୁଁ
ନିଜେ ଲାଭ କରିଥିଲ?
ମୁଁ ଏଇ ଯୁଗ ନର ହେ ଠାକୁର
ଏ କାମରେ ଧୁରନ୍ଧର,
ବାଲି ଗୋଡ଼ି ମାଟି ସିମେଣ୍ଟ କି ଛଡି
ଖାଇକି କରୁଛି ପାଆର।
କୁହ ହେ ଠାକୁର କମ୍ପ୍ୟୁଟର ଜ୍ଞାନ
ଥିଲା କି ଆପଣଙ୍କର,
ଆମେ କିନ୍ତୁ ଏଠି ଲାପଟପ୍ ଧରି
ଦେଖୁଛୁ ଲୀଳା ତୁମର।
ଆପଣଙ୍କ କାଣ୍ଡ କୋଦଣ୍ଡକୁ ଆଜି
ରାବଣର ନାହିଁ ଡର,
ଆମ କ୍ଷେପଣାସ୍ତ୍ର ପଡ଼ିଲେ ନିମିଷେ
ପୃଥ୍ବୀ ହେବ ନାରଖାର।
ହେ ପ୍ରଭୁ ରଘୁବୀର ..
ମୁଁ କଳିଯୁଗ ନର ହେ ଠାକୁର
ବିଚକ୍ଷଣ ଜ୍ଞାନ ମୋର,
ତୁମକୁ ମୁଁ ବ୍ଲାକ୍ମେଲ କରି ତୁମ
ନାମ କରୁଛି ବେପାର।
ରାମ ନାମ କହି ଭଣ୍ଡବାବା ହୋଇ
କଲି ନାନା ବ୍ୟଭିଚାର,
ଯଦିଓ ସେ ପାଇଁ ମିଡ଼ିଆ କବଳେ
ଚାଲିଗଲି କାରାଗାର।
ସେ ପାଇଁ ନାହିଁ ମୋ ଡର,
ରାମଲୀଳା ଭଳି ଏହିଭଳି ଲୀଳା
କରିପାରେ ବାରମ୍ବାର.......
କାରଣ ମୁଁ ଏହି ଯୁଗ ନର.....।।
ଭାଙ୍ଗିଯାଇଥିଲେ ଯାଇଥାନ୍ତା ପଛେ
ସତ୍ୟରକ୍ଷା ପିତାଙ୍କର,
ରାଜଗାଦୀ ପଦ ତ୍ୟାଗ କରି ପ୍ରଭୁ
ପିତୃ ସତ୍ଯ କଲ ବଡ଼।(ବରଂ)
ଭଲ ହୋଇଥାନ୍ତା ସୂର୍ପଣଖା ସଙ୍ଗେ
ଯଦି ଲଭ୍ କରିଥାନ୍ତ ,
ତୁମ ସୀତା ତୁମ ପାଖରେ ଥାଆନ୍ତା
କାହିଁ ପାଇଥାନ୍ତ ଦୁଃଖ?
କିଭଳି ହେ ପ୍ରଭୁ ଏଡେ ବୋକା ହେଲ
ପ୍ରେମ ଭଳି ଚିଜ ଛାଡି,
ଏକ ସ୍ତ୍ରୀ ଧର୍ମ ପାଳନ କରିଲ
ମିଛେ ହେଲେ ଏତେ ସରି।
ଡୁଆଲ ସିମ୍ରେ ସଂସାର ଚାଲିଛି
ଟେନ୍ସନ ଦୂର ପାଇଁ,
ଜଣେ ଘର ବାଲି ଜଣେ ତ ବାହାରେ
ରହିଥାଏ ପୁଣି ଚାହିଁ।
ନାରୀ ବାସ୍ନା ନାରୀ ଦେହଭୋଗ
ପାଇଁ ମଣିଷ ପାଗଳ ଆଜି,
ତୁମେ ଯେଉଁଭଳି ହ୍ଯାଣ୍ଡ୍ସମ ଅଛ
କିଏ ବା ହେବ ଅରାଜି?
କେତେ ଅଇଶ୍ଵର୍ଯ୍ଯା କେତେ କରିସୀମା
ତୁମରି ପଛେ ପଡ଼ିବେ,
ତୁମ ପ୍ରେମ ପାଇଁ ହେମାମାଳିନୀ ବି
ବୁଢିକାଳେ ରସିଦେବେ।
ଜିନ୍ ପ୍ୟାଣ୍ଟ୍ ତୁମେ ମାରିଦେବ ଯଦି
ଆଣ୍ଠୁପାଖେ ଯେ ଚିରା ଥିବ,
କଡାପାନ କିମ୍ବା ସଫଲ ଖାଇକି
ନାଲି ଛେପ ଗାଳୁଥିବ।
ସର୍ପ ଟି ସାର୍ଟ ଯଦିବା ପିନ୍ଧିବ
ଆଖିରେ ଚଷମା ଦେବ,
ଗଞ୍ଜାକଟ୍ ଚୂଳ ତୁମରି ମୁଣ୍ଡରେ
ପ୍ରଭୁ ବଢିଆ ମାନିବ।
ଏଣ୍ଡ୍ରୟଡ୍ ମୋବାଇଲ୍ ଧରିବାକୁ ପ୍ରଭୁ
କେବେ ଭୁଲିଯିବ ନାହିଁ,
ସ୍ପୋର୍ଟସ ବାଇକ୍ ଧରିବୁଲିଆସ
ଷ୍ଟାଇଲ୍ଟା ମାରିଦେଇ।
ନେଇପାରିବନି ହଜାରେ ସୁନ୍ଦରୀ
ବଜାରେ ହୋଇବେ ଛିଡ଼ା।
ଖାସ୍ ତୁମ ପାଇଁ ତାଙ୍କ ତାଙ୍କ ମଧ୍ୟେ
ହୋଇଯିବ ଟଣା ଭିଡା।
ତୁମ ଚେହେରାର ହିରୋ ରୋଲ୍ ପାଇଁ
ଯାତ୍ରାଠୁଁ ସିନେମା ଯାଏ,
ଲାଇନ୍ ଲାଗିବ ଟଙ୍କା ଫୋପାଡିବେ
ମନଖୁସି ହେବା ଯାଏ।
ପାତାଳକୁ ଚାଲିଗଲେ ଯେବେ ସୀତା
କେମିତି ବଞ୍ଚିଛ ଏକା,
ଆଖି ଠାରି ଦେଲେ ଲକ୍ଷେ ସୁନ୍ଦରୀ
ଯେ ତୁମକୁ କରିବେ ଦେଖା।
ଶ୍ୟାମଳ ଶରୀର ପୂର୍ଣ୍ଣ କାମବ୍ରହ୍ମ
ଉଚ୍ଛୁଳା ଯୌବନ ବହି ,
ପ୍ରେମିକା ବିରହ କେମିତି ସହୂଛ
ଜାଣିଶୁଣି ରଘୁସାଇଁ?
ଯେଣୁ ମୁଁ ଆଜିର ବେହିଆ ମଣିଷ
ନାରୀ ସୁରା ଖାଲି ଚାହେଁ,
କାମିନୀ କାଞ୍ଚନ ପଛେ ଦିନ ରାତି
ଅକାରଣେ ଧାଉଁ ଥାଏ।
ଜାଣିଛି ହେ ପ୍ରଭୁ ଏସବୁ ଉର୍ଦ୍ଧ୍ବରେ
ଆପଣ ପବିତ୍ର ନାମ,
ମର୍ଯ୍ୟାଦା ପୁରୁଷ ଯେଣୁ ବୋଲାଉଛ
ଧର୍ମ ରକ୍ଷା ତୁମ କାମ।
ଆଜି ଧରାଧାମେ ବିରାଜିତ ହେବ
ଏସବୁ ନାଶିବା ପାଇଁ,
ହେପୁରୁଷୋତ୍ତମ ହେ କୋଟି ଲାବଣ୍ଯ
ଉଦ୍ଧାର କର ହେ ମହୀ।
ହଜାରେ ରାବଣ ବୁଲୁଛନ୍ତି ଏଠି
ଦେଖ ନାରୀ ଚୋରୀ କରି,
ଏଭଳି କରୋନା ନାଶ କରିବାକୁ
ଆସ ପୁଣି ଅବତରୀ।
ତୁମେ ପ୍ରଭୁ ଅଟ ଜଗତ ନିୟନ୍ତା
ଦୟାମୟ ଭାବଗ୍ରାହୀ,
କଳିଯୁଗ ରୀତି ତୁମଠିଁ ଯୋଡିଲି
ଦୋଷ ମୋ ଧରିବ ନାହିଁ।।