Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ହେ ନେତାଜୀ‌ ପଥ ବହୁ ଦୂର

ହେ ନେତାଜୀ‌ ପଥ ବହୁ ଦୂର

2 mins
8



ତୁମ ଜୀବନ ଯାତ୍ରାର ପଥରେ ସପନ 

ଦେଖୁଥିଲ ଦିନ ରାତି,

ତୁମର ଥିଲା ଏକ ମାତ୍ର ଲକ୍ଷ୍ୟ, ମଣିଷର 

ମୁକ୍ତି, ମୁକ୍ତି, ମୁକ୍ତି  ।


ହେ ଅମ୍ଳାନ ବ୍ୟକ୍ତିତ୍ଵ, କିଏ କହେ ବିସ୍ମୟ 

ବାଳକ ଜନମି ଥିଲ,

ମାତୃଭୂମିର ଆହ୍ୱାନେ ମାତୃ ଟେକ ରଖି 

ସ୍ୱର୍ଣାକ୍ଷରେ ରହିଗଲ ।


ପିତା ଥିଲେ ଜାନକୀନାଥ ମାତା ପ୍ରଭାବତୀ 

କୋଳ କଲ ମଣ୍ଡନ

ଆଜାଦ୍ ହିନ୍ଦ୍ ଫୋୖଜ ଭାରତେ ଗଢିଦେଲ 

ଦିଲ୍ଲୀରୁ ପଲ୍ଲୀ ଆହ୍ୱାନ୍ ।


ଶୁଭିଥିଲା ଡାକ, ମତେ ରକ୍ତ ଦିଅ, ମୁଁ ତୁମକୁ 

ସ୍ୱାଧୀନତା ଦେବି,

ଭାରତୀୟଙ୍କ ରକ୍ତେ ସୃଷ୍ଟି ହେଲା, ଦେଖିବେ 

ସ୍ୱାଧୀନ ଭାରତ ଛବି ।


ଇଟାର ଜବାବ୍ ପଥରରେ ଦେବା ନୀତିକୁ 

ଶିଖାଇ ଦେଇଣ ଗଲ

ହେ ଦେଶ ସେବକ ସାରା ପୃଥିବୀରେ ଓଡିଆ

ର ଟେକ ରଖିଗଲ ।


ତୁମର ଆହ୍ୱାନ୍ ସେ ନୀତିର ଡାକ ପ୍ରକମ୍ପିତ 

ହେଲା ବିଶ୍ୱ ମାଟିରେ 

ହେଉ ଭାରତ, ଜର୍ମାନୀ ଅବା ଜାପାନ ପୃଥିବୀ

ର କୋଣ କୋଣରେ ।


ଶ୍ରାବଣର ବର୍ଷା ପରି ଶୁଭି ଥିଲା ସ୍ଵର, ବୁଣିଗଲ 

ଆମ ମୁକ୍ତିର ବୀଜ

ହେ ଭାରତର ସୁପୁତ୍ର, ଚାଲିଗଲ ସିନା, ଯୋଗାଡି 

ଆମ ସଜବାଜ ।


ସ୍ୱାଧୀନତା ପାଇଛେ, ଆଜି ବି ଫଳ ପହଁଚିନି 

ପ୍ରତିଟି ମଣିଷ ପାଖରେ

କିନ୍ତୁ ତୁମେ ଅଛ ପ୍ରତିଟି ଗରିବ, ଖଟିଖିଆ, ଓ

ମୁଜୁରୀଆଙ୍କ ଚେତନାରେ ।


ସାଧାରଣ ମଣିଷ ଆଜି ବି ପରାଧୀନ, ବନ୍ଦୀ 

ଶୋଷଣର ଶୃଙ୍ଖଳରେ 

ପରାଧୀନ ଆଜି ମଧ୍ୟ କିଛି ପୁଞ୍ଜବାଦୀ ସାମ୍ରାଜ୍ୟ

ର କଡା ବନ୍ଧନରେ ।


ଅନ୍ୟାୟ ଅନୀତି ଦୁର୍ନୀତି ର ପଥେ ଶହ ଶହ ଜନ

ନେତା ଧରି ଗାଡି

ନେଇ ନେଇ ହୁଅନ୍ତି ନେତା, ଦେଖ ନ୍ୟାୟ ହାତରେ

ଦେଖ ପଡିଛି ବେଡି ।


କେଉଁ ଆଡେ ଗଲ, ହେ ବୀର ପୁରୁଷ, ତୁମେ ଏ 

ଭାରତ ମାଟିର ହୀରା,

ଦୂରୀଭୂତ ହୋଇନି ଅନ୍ୟାୟ ଅନୀତି ଭାରତୀୟ 

ଆଜ ଝୁରନ୍ତି ପରା ।


ଆଜାଦ୍ ହିନ୍ଦ୍ ଫୋୖଜ ଗଢି ସ୍ୱାଧୀନତା ମୁକ୍ତି ଆଣିବି 

ଜୀବନ ଥିଲା ଯାଏ 

ଆଜି ବି ସେ ବାଣୀକୁ ଘୋଷେ ଚାଷୀ, ମଣିଷର 

ମୁକ୍ତି ଆସିବା ଯାଏ ।


କୋଟି କୋଟି ଜନତା ମନେ ଉଦ୍ରେକ କଲ ମୁକ୍ତି 

ପାଇଁ ବଳ ଶତ ସିଂହର  

ଏବେ ମଣିଷ ଦେହରେ ସାଇତା ହେଉଛି ହୀନ

ମନ୍ୟତା କାପୁରୁଷତାର ।


ଦେଶ ପାଇଁ ରକତ କି ଦେବା ରକ୍ତ ତ ସବୁ ନିଗିଡି 

ପଡୁଛି ଶୋଷଣରେ

ରକ୍ତ ବୋଳି ହୋଇଛି ହିଂସା, ଇର୍ଷା, ଧର୍ମ ଆଉ ଜାତି 

ଭେଦ ଭାବନାରେ ।


ଏକତା ତ ନାହିଁ, କୁହ ହେ ସୁଭାଷ, ଶତ ସିଂହ ର 

ବଳ କେଉଁଠୁ ଆସିବ

ସାଜେ ମଣିଷ ଖେଳେ ରକ୍ତ ହୋଲିର ରଙ୍ଗ ହରାଇ 

ମାନବିକତାର ଭାବ ‌।


ଅଜ୍ଞାନୀ, ଆଜି ଦେଖ ସିଂହାସନେ ବସଇ, ଜ୍ଞାନୀ 

ମାରଇ ଖାଲି ତାଳି

ଫୁଲ ମାଳ ମିଳଇ ଏଠି ଠକ ମଣିଷଙ୍କ ବେକରେ, 

ସଚ୍ଚୋଟ ଖାଉଛି ଗାଳି ।


ଚାଟୁକାର ଚୁଗୁଳିଆ ଏଠି ପାଆନ୍ତି ସୁବିଧା, ଚାରି

ଆଡେ ମାଳ ମାଳ

ଖାଲି ନିଜର ସୁବିଧା ହାସଲ ପାଇଁ ଦେଖାନ୍ତି ନିଜର 

ନାଚର ବଳ ।


ଇଟାର ଜବାବ ପଥରେ ଦେବାକୁ ବଳ ନାହିଁ 

ଆଉ ମଣିଷ ଦେହେ

ସାହାସ ବଳକୁ ଲୁଟନ୍ତି ଗଣତନ୍ତ୍ର ନାମେ ଏଠି 

ମଦ ମାଂସ ର ମୋହେ ।


ହେ ସୁଭାଷ, ଶୋଇନତ ଚିରନିଦ୍ରାରେ, କେଉଁଠି 

ଲୁଚିଛ ଛଦ୍ମବେଶରେ?

ବୁଦ୍ଧି ଦିଅ ଭାଙ୍ଗିବ ପୁଞ୍ଜିବାଦୀର ସାମ୍ରାଜ୍ୟର ଶୋଷଣ 

କୋଷଣକୁ ଭାରତ ବର୍ଷରେ ।


ଆସ ସାଥି ହୋଇ ଚାଲିବା ସୁବାଷ ବୋଷଙ୍କ ବାଟ 

ପଡ଼ିବାନି ଯମା ଥକି

ମନେ ପକାଇ ଚାଲିବା ଚାଲିବା ପଥ ବହୁ ଦୂର 

ଆହୁରି କେତେ ଯେ ବାକି ।



Rate this content
Log in

Similar oriya poem from Abstract