STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ହେ ନବ ବର୍ଷ

ହେ ନବ ବର୍ଷ

1 min
150

ହୃଦୟ କାଗଜେ ଲେଖୁଛି ଆଜି ମୁଁ 

   ଭାବନାର ରଙ୍ଗ ବୋଳି

ଏ ଧରା ଧାମରେ କୋଡିଏ ପରିକା

   କାହିଁକି ଖାଇବ ଗାଳି ।।


କି ସୁଖ ପାଇବ ଗୁପ୍ତେ ହରିନେଇ

   ବିଶ୍ବ ବାସୀଙ୍କର ହସ

କାହିଁକି ଆସିବ ମରତ ପୂରରେ

   ମେଲାଇ ଯନ୍ତ୍ରଣା ବିଷ ।।


ଅହିଂସାର ମନ୍ତ୍ର ମେଲାଣି ନେଇଛି

   ସବୁଠି ହିଂସାର ଖେଳ 

ଅଦୃଶ୍ୟ ହୋଇଛି ଭାତୃଭାବ ଏଠି

   ଅନାଇ ରହିଛି କାଳ ।।


କଟାକ୍ଷ କପଟେ ରାଜନୀତି ଆଜି

   ମେଣ୍ଟାଏ ଆପଣା ସ୍ବାର୍ଥ

ମିଳି ମିଶି ଯାହା ନେତାଏ କରନ୍ତି 

   ନିରୀହ ସ୍ବପ୍ନକୁ ବ୍ୟର୍ଥ ।।


ଈର୍ଷାର କୋଳରେ ମାନବ ଜୀବନ

   ଶ୍ରମେ ପୁଣି କାତରତା 

ଚୋରି ଡକାୟତି  ଲୁଣ୍ଠନ ଧର୍ଷଣ

   ସାଥେ ଅଛି ଧର୍ମାନ୍ଧତା ।।


ଦୁର୍ନୀତି କୋଳରେ କୁଚକ୍ରୀ ମଣିଷ

   ଗର୍ବରେ ମୋଡନ୍ତି ନିଶ

ସତେ ଅବା ସିଏ କରିଦେବେ ଏହି

   ପୃଥିବୀର ସର୍ବନାଶ ।।


ଏତିକି ବିନୀତ ଅନୁରୋଧ ମୋର

   ଇଛାକୁ କରିବ ପୂର୍ଣ୍ଣ 

ଶାନ୍ତିର ବାହାକ ଏ ବରଷେ ସାଜି

   ହସାଇବ ଏ ଭୂବନ ।।



Rate this content
Log in

Similar oriya poem from Inspirational