ହେ ମୋର ପ୍ରିୟ ବନ୍ଧୁ
ହେ ମୋର ପ୍ରିୟ ବନ୍ଧୁ
ତୁମର ସ୍ଵନକ୍ଷତ୍ର ଯିଏ କଲେ ବନ୍ଧୁ
ତାଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ ।
ଉତ୍କଳ ମାଟିରେ ସ୍ବର୍ଣ୍ଣ ଅକ୍ଷରେ ଲିପିବଦ୍ଧ ,
ଓଡ଼ିଆ ଜାତିର ଗର୍ବ ଗୌରବ
"ଗୋପବନ୍ଧୁ ଦାସଙ୍କୁ ପାଇ,
ସତରେ ମୋ ଓଡ଼ିଶା
ବ୍ରଜପୁର ଗୋପ ନଗର ପରି ଦୃଶ୍ୟ ହୁଏ ।
ସେହି ନଗରେ ସୁଖ ଦୁଃଖର ସାଥୀ
ସର୍ବଦା ଗୋପବନ୍ଧୁ ଦାସ ....
କହ୍ନେଇ ତ ଏକା ଯଶୋଦା ମାତାର ନୁହେଁ,
କି କାନିରେ ବନ୍ଧା ହୋଇ ନଥିଲେ ?
ଜନ୍ମରୁ ତାଙ୍କ ଚାଲି ଚଳନ ଆଚରଣ
ଜଗତ କଲ୍ୟାଣ ପାଇଁ ଥିଲା ।
ତାଙ୍କରି ସଦୃଶ୍ୟ ଗୋପବନ୍ଧୁ ଦାସ
ଆପଣା ପୁତ୍ରର ସଂକଟାପନ୍ନ ପରିସ୍ଥିତିକୁ
ଅଣଦେଖା କରି ଓଡ଼ିଶାର ଲୋକଙ୍କ
ପାଖରେ ଥିଲେ ।
ସ୍ଵଦେଶ ପାଇଁ ବ୍ୟାକୁଳ ହୃଦୟେ
ଲୁହର ବନ୍ୟା ସୃଷ୍ଟି ହେଉ ଥିଲା ।
"ଆଉ କି ପାଇବୁ ଏ ଭଳି ବନ୍ଧୁଙ୍କୁ
ମନେ ଯା'ର ଦୟା ଭର୍ତ୍ତି
ସ୍ବୟଂ ଚିନ୍ତା ତ୍ୟାଗୀ ଜଗତ କଲ୍ୟାଣେ
ନିଜକୁ କରିବେ ଇତି ।
ନିରୀହ ଜନତା ମୁହଁରେ ଦେବ କେ
ନଖାଇ ମୁଠାଏ ଦାନା
ଦେହର ବସନ ନଦେଖି କିଏ ସେ
ବାଣ୍ଟିବ ବନ୍ୟାରେ କନା ।
ଜଳ ସ୍ଥଳ କିବା ପ୍ଲାବିତ ପ୍ରଳୟେ
ଘୂରିବ କେ ନିରନ୍ତର
ଗୋପବନ୍ଧୁ ପରି ଦେଖୁ ନାହିଁ ଆଖି
ବୋହିବ କେ ଦୁଃଖ ଭାର "।
