STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ହେ କଳା ଠାକୁର କୁହତ

ହେ କଳା ଠାକୁର କୁହତ

1 min
253

କୁହ ପ୍ରଭୁ ଆଜି

କିଆଁ ମୂକ ସାଜି

       ଲୁଚ଼ାଅ ଗୋପନ ବାରତା,

ପାପୀ ଲେଖୁଅଛି

ଏଣୁ ତେଣୁ ସଞ୍ଚି

      ଧର୍ମର ସେ ମନୁ ସଂହିତା ।

ପୂଜକ ସାଜୁଛି

ଡ଼କାୟତ କିଆଁ

      ରକ୍ଷକ ଭକ୍ଷକ ସାଜୁଛି,

ଚ଼ରିତ୍ର ବାନ ସେ

ମଥାରେ କାହିଁକି

      କଳଙ୍କର ଟୀକା ପିନ୍ଧୁଛି।

ଭଣ୍ଡ ସାଜି ବାବା

ସମାଜକୁ କାବା

      କରୁଛି କାହିଁକି କୁହତ,

ଗରିବ ବାପୁଡ଼ା

ଆଖିରୁ କାହିଁକି

      ଝରାଉଛି ବସି ଲୁହତ ।

ଦୋଷୀ ଖସିଯାଏ

ନିର୍ଦ୍ଦୋଷରେ ଏଠି

       ସାଧୁ ପାଉଥାଏ କଷଣ,

ମନ୍ଦିର ଭିତରେ

ପୂଜକ କାହିଁକି

       କରୁଥାଏ ନାରୀ ଧର୍ଷଣ।

ଏତେ ଅଘଟଣ

କାହିଁକି ଘଟୁଛି

      ହେ କଳା ଠାକୁର କୁହତ,

ବଡ଼ ଦେଉଳରେ

ବସି ନିରବରେ

      ସାରୁଛ ନିଜର ମହତ ।

ଲାଜ ସରମ କି

ନାହିଁ ତୁମ୍ଭ ଠାରେ

      ଭାଇ ଭଗ୍ନୀ ମେଳେ ବସିଛ,

ତୋ ସିଂହ ଦୁଆରେ

ମୁଣ୍ଡ କୋଡି଼ହେଲେ

      ମୁଚ଼ୁକୁନ୍ଦ ହସ ହସୁଛ ।

      


Rate this content
Log in

Similar oriya poem from Abstract