ହେ କଳା ଠାକୁର କୁହତ
ହେ କଳା ଠାକୁର କୁହତ
କୁହ ପ୍ରଭୁ ଆଜି
କିଆଁ ମୂକ ସାଜି
ଲୁଚ଼ାଅ ଗୋପନ ବାରତା,
ପାପୀ ଲେଖୁଅଛି
ଏଣୁ ତେଣୁ ସଞ୍ଚି
ଧର୍ମର ସେ ମନୁ ସଂହିତା ।
ପୂଜକ ସାଜୁଛି
ଡ଼କାୟତ କିଆଁ
ରକ୍ଷକ ଭକ୍ଷକ ସାଜୁଛି,
ଚ଼ରିତ୍ର ବାନ ସେ
ମଥାରେ କାହିଁକି
କଳଙ୍କର ଟୀକା ପିନ୍ଧୁଛି।
ଭଣ୍ଡ ସାଜି ବାବା
ସମାଜକୁ କାବା
କରୁଛି କାହିଁକି କୁହତ,
ଗରିବ ବାପୁଡ଼ା
ଆଖିରୁ କାହିଁକି
ଝରାଉଛି ବସି ଲୁହତ ।
ଦୋଷୀ ଖସିଯାଏ
ନିର୍ଦ୍ଦୋଷରେ ଏଠି
ସାଧୁ ପାଉଥାଏ କଷଣ,
ମନ୍ଦିର ଭିତରେ
ପୂଜକ କାହିଁକି
କରୁଥାଏ ନାରୀ ଧର୍ଷଣ।
ଏତେ ଅଘଟଣ
କାହିଁକି ଘଟୁଛି
ହେ କଳା ଠାକୁର କୁହତ,
ବଡ଼ ଦେଉଳରେ
ବସି ନିରବରେ
ସାରୁଛ ନିଜର ମହତ ।
ଲାଜ ସରମ କି
ନାହିଁ ତୁମ୍ଭ ଠାରେ
ଭାଇ ଭଗ୍ନୀ ମେଳେ ବସିଛ,
ତୋ ସିଂହ ଦୁଆରେ
ମୁଣ୍ଡ କୋଡି଼ହେଲେ
ମୁଚ଼ୁକୁନ୍ଦ ହସ ହସୁଛ ।

