STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ହେ କବି ନମସ୍ୟ

ହେ କବି ନମସ୍ୟ

1 min
177

କବତା ପାଇଁ ଯା' କଲମ ଚାଲଇ

    ସେଇ ମୋ' ଆଖିରେ 

     ସ୍ବୟଂ ଈଶ୍ବର


ଈଶ୍ବର ହୁଅନ୍ତୁ ଅବା ସେ ଈଶ୍ବରୀ

     ତାଙ୍କ ଚରଣେ 

     ଶିଷ୍ଟ ନମସ୍କାର


ତାଙ୍କ ଲେଖନୀରେ ବିହଙ୍ଗ ଖେଳଇ

      ବଉଦ କୋଳରେ 

      ସଙ୍ଗୀତ ଝରେ


ଜହ୍ନର ଜୋଛନା ନୀରବ ଝରଣା

     କୁଳୁକୁଳୁ ଗାଏ 

     ମଧୁର ସୁରେ


ବେଳେବେଳେ ତୀକ୍ଷ୍ଣ ବିଦ୍ରୋହର ବହ୍ନି

     ପୁଣି କେତେବେଳେ

      ଦିବ୍ୟ ଚେତନା


ନୀରବ ଲୟରେ   ସ୍ଥିର ପଦଧ୍ୱନୀ

      ମନ୍ଥର ମଧୁର

      ସୂକ୍ଷ୍ମ କଳ୍ପନା


ତାଙ୍କ କଳ୍ପନାରେ ମରୁବେଳା ପରେ

      ସ୍ୱର୍ଣ୍ଣ ପ୍ରଜାପତି

      ଛନ୍ଦ ତୋଳଇ


ମଉଳା ଫୁଲରେ ଜୀବନ୍ତ ପାଖୁଡା

      ଇନ୍ଦ୍ରଧନୁ ରଙ୍ଗେ

      ଉଡି ବୁଲଇ


ସାଗର ବକ୍ଷରେ  ଉତ୍ତାଳ ତରଙ୍ଗ

     ତାଙ୍କ ସୃଜନୀରେ

      ନରମି ଯାଏ


କଳ୍ପନା ଢେଉରେ ଅମାବାସ୍ୟା କୋଳେ

      ପୂର୍ଣ୍ଣିମା ଚାନ୍ଦ ତା'

      ଜୋଛନା ଦିଏ


ବୀଣାପାଣି ତାଙ୍କ ବୀଣା ଝଙ୍କାରରେ

      କବି କଲମରେ

       ଶବ୍ଦ ତୋଳନ୍ତି


ସୁର ଲୟ ଛନ୍ଦ   ତାଳ ବିନିମୟେ

      କବି କାବ୍ୟଝର

       ଖଞ୍ଜି ଦିଅନ୍ତି


ହେ କବି;ନମସ୍ୟ କାବ୍ୟିକ ପୁରୁଷ

     ମହାତୀର୍ଥ ତୁମେ

       ପ୍ରଥିତଯଶା


ପ୍ରଣାମ କରୁଛି   ପ୍ରଦତ୍ତ ଚିତ୍ତରେ

     ଧନ୍ୟ ତୁମ କୀର୍ତ୍ତି

     ଆଗାମୀ ଆଶା


ହେ ପରିକାଙ୍କ୍ଷିତ  ସୁପରିକୀର୍ତ୍ତିତ

     ନିରପେକ୍ଷ ତୁମ

      ଶବ୍ଦର ବାଣ


ରଚିଦେଇ ଚାଲ ପ୍ରୀତିପରାୟଣ

     ବେଦ ପ୍ରଣୋଦିତ

      ଅନୁଶାସନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract