STORYMIRROR

Ajayakumar Mohanty

Classics

4  

Ajayakumar Mohanty

Classics

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
143



ବନ୍ଧୁ ହେ ମୋର ଜଗତ ବନ୍ଧୁ 

ଭବ ବନ୍ଧନ କାରାଗାରେ 

ତୁମରି ପାଇଁ ଜଳିବି ଖାଲି 

ସଳିତା ହୋଇ ଦୀପାଳୀରେ। 

ଲୁହ ହୋଇ ଝରି ଝରି 

ସାଗରରେ ମିଶିବି 

କେତେ ଉଷା ଗୋଧୂଳିରେ 

ତୁମକୁ ମୁଁ ଖୋଜିବି 

ଝରଣା ହୋଇ ଝରିବି ମୁହିଁ 

ମିଶିବା ପାଇଁ ସାଗରରେ। 

ତୁମ ମନ ବଗିଚାରେ 

ଫୁଲ ସତେ ହୋଇବି 

ଅଗଣା ସାରା ତୁମରି 

ସୁବାସ ବିତରୁ ଥିବି 

ଫଗୁଣ ରାତି ଜୋଛନା ହୋଇ 

ଝରିବି ତୁମ ଝରକାରେ। 

ତୁମେ ମୋର ପ୍ରିୟତମ 

ଅତି ଆପଣାର 

ତୁମ

ବିନା ଦୁନିଆରେ

କିଏ ମୋ ନିଜର 

ହୃଦୟ ଦେଇ ଚାହେଁ ମୁଁ ବନ୍ଧୁ

 ବାନ୍ଧିବାକୁ ବାହୁ ବନ୍ଧନରେ। 

ବନ୍ଧୁ ମହାନ୍ତି ମୁଁ ନୁହେଁ 

ବନ୍ଧୁ ବୋଲି ଭାବିବ 

ସୁଦାମା ନୁହେଁ ମୁଁ ପ୍ରଭୁ 

ମୋ ଖୁଦଭଜା ଖାଇବ 

ଏତିକି ଅଳି ମାଗୁଣି ମୋର 

ଖଟିବି ରଙ୍ଗା ଚରଣରେ। 

ସବୁ ଜାଣ ତୁମେ ମୋର 

ଜଗନ୍ନାଥ ବନ୍ଧୁ 

ତୁମ ବିନା କେହି ନାହିଁ 

ଆହେ କୃପାସିନ୍ଧୁ 

ବନ୍ଧୁ ପଣରେ ରଖିବ ପାଶେ 

ଦେଖିବି ସଦା ନୟନରେ। 

ଅଜୟ କୁମାର ମହାନ୍ତି ହରିପୁର,

 କବିରପୁର, ଯାଜପୁର।


Rate this content
Log in

Similar oriya poem from Classics