ହେ ଜାତିର ଜନକ
ହେ ଜାତିର ଜନକ
ହେ ଜାତିର ଜନକ !
ପ୍ରିୟ ପୂଜ୍ୟ ବାପୁ !
ମୂର୍ତ୍ତିମନ୍ତ ଥିଲ ତୁମେ ସତ୍ୟ ଅହିଂସାର,
ଦୟା କ୍ଷମା ଶାନ୍ତି ଥିଲା
ସଦା ଚରିତ୍ରେ ତୁମର l
ସେ'ଦିନ ବିତିଛି ଆଜି,
ନିଜ ବାସେ ଭୋଗୁଥିଲୁ ନିର୍ଯାତନା କେତେ ଯେ ଅନେକ l
ସେ ସଂଘର୍ଷ, ସେ ସଂଗ୍ରାମେ;
ଦେଶକୁ ଦେଲ ନୂଆ ପରିଚୟ l
ଭୁଲିନି ଏଜାତି, ଭୁଲିବନି ଆଉ
ଆଜିବି କରୁଛି ଏଦେଶ, ତୁମକୁ ଜୟ ଜୟ ll
ହେ ଜାତିର ଜନକ !
ପ୍ରିୟ ପୂଜ୍ୟ ବାପୁ !!
ତଥାପି ଲାଗେ ଆଜି କାହିଁ ?
ସମୟର ଚକତଳେ
ପୁଣିଥରେ,
ନିଜ ଦେଶେ ନିଜେ ପରାଧୀନ l
ହେ ଜାତିର ଜନକ !
ପ୍ରିୟ ପୂଜ୍ୟ ବା
ପୁ !!
ଆସ ବାପୁ ଆଉଥରେ
କରିବାକୁ ଏ ଦେଶ ସ୍ୱାଧୀନ l
ଶୁଣ ବାପୁ !
ଗଲାପରେ ଚାଲି ତୁମେ
ଆଜି ଏଠି
ଚାଲିଛି ଲୁଣ୍ଠନ,ହତ୍ୟା,ଅରାଜକ ବହୁ,
ନିରୀହ ଜନତା ଦେହେ ନିଆଁ ଜଳୁଛି ହେଇ ହୁ ହୁ।
ହେ ଜାତିର ଜନକ !
ପ୍ରିୟ ପୂଜ୍ୟ ବାପୁ !!
ଆସ ଥରେ-ଚାଲି ତୁମେ,
ଏ ଦେଶ ଡାକୁଛି
ଦେଶକୁ ଲୋଡ଼ା ଅଛି..!
ତୁମ ଉପସ୍ଥିତେ ଦେଶ,
ଆଉଥରେ ସ୍ୱାଧୀନତା ପାଉ ll
ହେ ଜାତିର ଜନକ !
ପ୍ରିୟ ପୂଜ୍ୟ ବାପୁ !!
ଆସ ଥରେ ଆସ ଥରେ
ଆମକୁ ତୁମେ ଆବଶ୍ୟକ l
ଆମକୁ ତୁମେ ଆବଶ୍ୟକ ll