Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Romance

3  

Prafulla Kumar Tripathy

Romance

ହେ ବର୍ଷା

ହେ ବର୍ଷା

1 min
117



ହେ ବର୍ଷା !

ତୁମେ ମୋ ମନର ଅସରନ୍ତି ଆଶା

ବର୍ଷା !ତୁମ ପାଗଳାମି

ତୁମ ଚଗଲାମି

ମନ ଭରେ ତୁମେ ନିଶା

ବର୍ଷା ଗୋ ତୁମେ ବର୍ଷା l


ତୁମ ପ୍ରେମରେ ଭିଜେ ମୁଁ

କେବେ ହଜାଇ ଦିଅଗୋ

ତୁମ କଳା ବାଦଲରେ ବର୍ଷା

ବର୍ଷା ତୁମେ ଅସରନ୍ତି ଜଳଧାର

ବର୍ଷା ଗୋ ତୁମେ ମୋ ବର୍ଷା l


ବର୍ଷା ତୁମେ କେବେ ଶାନ୍ତ

କେବେ ତୁମେ ଉଗ୍ର ଜଳଧାର

ବର୍ଷା ତୁମେ ଆଉ ପୁନେଇ ଜହ୍ନକୁ

ଲୁଚାଅନି ବର୍ଷା

ସେ ଇନ୍ଦ୍ରଧନୁର ସାତରଙ୍ଗକୁ ଦେଖି l


ଅବୁଝା ହେବନି ମୋ ପୁଅ

ଏ ଗରିବ କୁଡିଆର ପାଣିରେ

ଭରିଦେବ ଦିନେ ତୁମେ ବର୍ଷା

ତୁମ ଛଳ ଛଳ ଓଠର ହସରେ

ସଙ୍ଗୀତର ମୂର୍ଚ୍ଚନା ରେ ତୁମେ ବର୍ଷା l


ଥଣ୍ଡା ପବନର ରିମଝିମରେ ତୁମେ ବର୍ଷା

ମୋ ମନକୁ ତୁମେ କିଣିନିଅ

ତୁମ ହସ ବାଦଲରେ 

ସେହି ଝିପ ଝିପ ବର୍ଷା

ବର୍ଷା ଗୋ ତୁମେ ବର୍ଷା

ମୋ ମନର ଅସୁମାରି ଆଶା

ବର୍ଷା ତୁମେ ବର୍ଷା l



Rate this content
Log in

Similar oriya poem from Romance