STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ହେ ବର୍ଷା

ହେ ବର୍ଷା

1 min
94

ବର୍ଷା ଗୋ ତୁମେ ନିଦାଘ ଅନ୍ତେ ଆସ ଧରଣୀ ପରେ

ଟାଙ୍ଗରା ଭୂଇଁ ସବୁଜିମା ଦିଶେ ତୁମ ପ୍ରେମ ପରଶରେ।।


କଳା ମେଘମାଳା ଆକାଶଟା ସାରା ଦିଶନ୍ତି ନାହିଁ ସୁରୁଜ

ଟୋପା ଟୋପା ତୁମ ଜଳବିନ୍ଦୁ ସବୁ କରନ୍ତି ଧରିତ୍ରୀ ସିକ୍ତ ।।


ଚାଷୀ ପୁଅ ମନେ ସଞ୍ଚାର ଆନନ୍ଦ କ୍ଷେତ ସବୁଜିମା କରି

ଶୁଖିଲା ପୋଖରୀ ନଇ ନାଳ ହଦ୍ରେ ଜଳ ଦେଇଥାଅ ଭରି ।।


ଗ୍ରାମର ରାସ୍ତାରେ ତୁମ ଜଳ ଯେବେ ଉଚ୍ଚରୁ ନିଚ୍ଚକୁ ଗଡେ

କାଗଜର ଡଙ୍ଗା ଭସାନ୍ତି ପିଲାଏ ତୁମରି ସେ ବର୍ଷା ଜଳେ ।।


ତୁମ ମେଘମାଳା ପ୍ରବଳ ବର୍ଷିଲେ ବନ୍ୟାର ପ୍ରକୋପ ବଢେ 

ନିରୀହ ମାନବ ହୁଏ ହନ୍ତସନ୍ତ ଅଧିକ ଜଳ ହୋଇଲେ ।।


ଗଣେଶ ଚତ୍ରୁର୍ଥୀ ,ରକ୍ଷା ବନ୍ଧନ ,ରଥଯାତ୍ରା,ଚିତାଲାଗି

ପାଳିଥାନ୍ତି ଜନେ ହୋଇଣ ହରଷ ଏକତ୍ରରେ ମିଳିମିଶି ।।


ମଙ୍ଗଳକାରକ ତୁମ ଆଗମନ ଧରୀତ୍ରୀବାସୀଙ୍କ ପାଇଁ

ତୁମେ ନ ଆସିଲେ ସବୁଆଡେ ଦିଶେ ମରୁଡି କରାଳ ଛାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract