Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟରଞ୍ଜନ ନାୟକ

Abstract

4.5  

ସୌମ୍ୟରଞ୍ଜନ ନାୟକ

Abstract

ହେ ବାପୁ ତୁମେ ଗଲାପରେ

ହେ ବାପୁ ତୁମେ ଗଲାପରେ

1 min
266



ହେ ବାପୁ ତୁମେ ଗଲାପରେ ଶ୍ରୀହୀନ ଭାରତବର୍ଷ

କଣ୍ଠରୁଦ୍ଧ ଗଣତନ୍ତ୍ର ଅସହାୟ ନ୍ୟାୟବ୍ୟବସ୍ଥା

ଭ୍ରଷ୍ଟାଚାର ତୀକ୍ଷ୍ଣପଞ୍ଝାରେ କବଳିତ ରାଜନେତା

ଦୁୁର୍ନୀତିର ନିଆଁରେ ନିର୍ଯ୍ୟାତିତ ନିରୀହ ଜନତା ।


ଜାତିଧର୍ମ ବିଦ୍ବେଷରେ ପଥଭ୍ରଷ୍ଟ ନାଗରିକ 

ଅହିଂସା ପଥକୁ ଦେଲେଣି ପରିତ୍ୟାଗ କରି

ପରିକଳ୍ପିତ ରାମ ରାଇଜକୁ ଯାଆନ୍ତ ଦେଖି

ହେ ବାପୁ ତୁମେ ଆଉଥରେ ଆସନ୍ତନି ଫେରି ।


ନିର୍ବାଚନୀ ଇସ୍ତାହାରରେ ମିଥ୍ୟା ଆଶ୍ୱସନା

ଯୋଜନା ପରେ ଅନେକ ବିଫଳ ଯୋଜନା

ପୁଞ୍ଜିପତିମାନେ ହେଉଛନ୍ତି ଅଧିକ ଧନୀ

ଗରିବ ମଧ୍ୟବିତ୍ତ ଭାଗ୍ୟରେ ଦୁଃଖ ଲାଞ୍ଛନା ।


ସତ୍ୟ ଅହିଂସାର ପଥକୁ କରି ଆପଣାର

ପିନ୍ଧି ଆଣ୍ଠୁଲୁଚା ଖଦି ହାତେ ଧରି ଖଣ୍ଡେ ବାଡି

ସତ୍ୟାଗ୍ରହ,ଅସହଯୋଗ ଆନ୍ଦୋଳନକୁ କରି ଅସ୍ତ୍ର

ଫିରିଙ୍ଗି ସେନାକୁ ଦେଶରୁ ଦେଇଥିଲ ତଡି ।


ନୀରବଦ୍ରଷ୍ଟା ଆଇନ୍ ,ବଦଳିଛି ସ୍ଵାଧୀନତାର ସଜ୍ଞା

ତୁମ ରାମ ରାଇଜରେ ରାବଣର ଅକ୍ତିଆର

ସତ୍ୟ ଉପରେ ଅସତ୍ୟ କରିଛି ସୀମା ବିସ୍ତାର

ତୁମ ପ୍ରତିମୂର୍ତ୍ତି ତଳେଚାଲେ କଳାଟଙ୍କା କାରବାର ।


ହେ ବାପୁ ତୁମେ ଗଲାପରେ ଯାଇଛି ବଦଳି

ତୁମ ପ୍ରିୟ ତିନି ମାଙ୍କଡଙ୍କର ଅବସ୍ଥା

ଆଖି ଥାଇ ଅନ୍ଧ ଦେଶର ନ୍ୟାୟ ବ୍ୟବସ୍ଥା

କାନ ଥାଇ ଶୁଣିପାରନ୍ତିନି ରାଜନେତା

ଅନ୍ୟାୟ ସହି ମଧ୍ୟ ପାଟି ବନ୍ଦ ଜନତା ।


ଗାନ୍ଧୀନୀତି କେବଳ ନେତାଙ୍କ ମିଥ୍ଯା ଭାଷଣରେ

କୁଟିଖାଅ କାଟିପିନ୍ଧ ନୀତି ରହିଛି ସପନ

ଲୋକଦେଖାଣିଆ ସତ୍ୟାଗ୍ରହ ଆଉ ଅନଶନ

ସ୍ଵାଧୀନ ହୋଇ ମଧ୍ୟ 

ନକଲି ଇଂରେଜ କବଳରେ ଭାରତ ପରାଧୀନ ।


ସତ୍ୟର ସ୍ତମ୍ଭ ଦିନକୁ ଦିନ ଯାଉଛି ଭୁଶୁଡ଼ି

କାରାଗାରରେ ମାନବିକତା ହେଉଛି ବନ୍ଦୀ

ଆସଫେରି ବାପୁ ତୁମ ଯଷ୍ଟିରେ ଦିଅ ସଜାଡି

ଧନ୍ୟ ହେଉ ବୀର ପ୍ରସବିନୀ ଭାରତ ମାଟି ।


Rate this content
Log in

Similar oriya poem from Abstract