STORYMIRROR

jagabandhu sahu

Romance

4  

jagabandhu sahu

Romance

Happy Rose Day

Happy Rose Day

1 min
329

ମାଘ ମାସ ଶେଷେ ଶୀତ ସକାଳରେ

    ଗୋଲାପ ଦିବସ ଆସିଛି

ଲାଲ୍ ଟହ ଟହ  ଗୋଲାପକୁ ଦେଖି

    ମନ କୁତୁକୁତୁ ହେଉଛି


ଯେତେ ମନା କଲେ ମାନୁ ନାହିଁ ମନ

   କଣେଇଁ କଣେଇଁ ଚାହୁଁଛି

ଷୋଡ଼ଶ ବୟସୀ   ରୂପସୀକୁ ଦେଖି

  ତା ରୂପରେ ଭୋଳ ହେଉଛି


ମନ କଥା କହି  ଗୋଲାପକୁ ନେଇ

   ତା ହାତରେ ଦେବି ଧରେଇ

ପଟିଲେ ତ ଭଲ ନ ପଟିଲେ ନାହିଁ

   ଚାଲିଯିବି ମୁହଁ ଫେରେଇ


ଭାବି ଏଇ କଥା ଗଲି ନାକ ସିଧା 

  ଦେଖିଲି ସୁନ୍ଦର ଉଦ୍ୟାନ

ତରୁଣ-ତରୁଣୀ କେଳି ଦେଖି ସେଠି

  ମନ ମୋ ହୋଲା ଉଛନ୍ନ


ଚିକିଣୀ ରାଧିକା  ଦେଖି ଦେଲି ଗୋଟେ

   ମନ ହେଲା କଲବଲ

ଗୋଲାପକୁ ଦେଇ ପ୍ରୋପଜ ମାରିଲି

   ଗାଲ କରିଦେଲା ଲାଲ୍


Rate this content
Log in

Similar oriya poem from Romance