STORYMIRROR

KRUTIBAS NAYAK

Classics Inspirational Others

2  

KRUTIBAS NAYAK

Classics Inspirational Others

ହାଟ

ହାଟ

1 min
139


ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି,

ଇନ୍ଦ୍ରିୟଙ୍କ ସହ ମନ-ପତ୍ନୀ ଥିଲେ ବଡ଼ବଡ଼ ଥଳି ଧରି ।(ଘୋଷା)


ଧନ-ହାଟ ଥିଲା ସବୁଠୁ ଗହଳି ପାପ ବିକୁଥିଲା ମିଛ,

ଲୋଭ ବିକୁଥିଲା-ମିଠାମିଠା ବିଷ ମୋହ ବିକୁଥିଲା ଲାଞ୍ଚ ।

ମନ କହିଦେଲା-ଶସ୍ତାରେ ମିଳୁଛି ନେଇଯିବା ଥଳିଭରି ।

ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(1)


ମାନ-ହାଟ ଦେଖି ଜୀବାତ୍ମା ଡରିଲା କହିଲା-ପଳେଇ ଚାଲ,

ମାନପତ୍ର ଆଉ ପ୍ରଶଂସା ନେବାକୁ ଠକ ଖାଲି ମାଳମାଳ ।

ମନ-ପତ୍ନୀ ବଡ଼ ବିକଳରେ ଖଣ୍ଡେ ସେଥିରୁ କରିଲା ଚୋରି ।

ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(2)


ଜ୍ଞାନ-ହାଟ ଥିଲା ସବୁଠୁ ନିର୍ମଳ ମହମହ ବସୁଥିଲା,

ଏକାଏକା ଜଣେ ସାଧୁ ଜଣେ ବସି ସେ ହାଟରେ କାନ୍ଦୁଥିଲା ।

ଭିତରକୁ ମନ-ପତ୍ନୀ ଗଲାନାହିଁ ଜ୍ଞାନ ଓଜନକୁ ଡରି ।

ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(3)


ପୁଣ୍ୟ-ହାଟ ଗଳି ଭିକାରି ଗହଳି ମାଗଣାରେ ଦିଆନିଆ,

ହାଟର ପଛରେ ବିକଳେ କାନ୍ଦନ୍ତି ସର୍ବହରା ଛୁଆ-ମାଆ ।

ଇନ୍ଦ୍ରିୟ ପାଞ୍ଚଟି ଲାଳ ଗଡ଼େଇଲେ ମନଦେଲା ଆଖିଠାରି ।

ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(4)



Rate this content
Log in

Similar oriya poem from Classics