ହାତ ଠାରି ଡାକେ ଜନମ ଭୂଇଁ
ହାତ ଠାରି ଡାକେ ଜନମ ଭୂଇଁ
ହାତ ଠାରି ଡାକେ ଜନମ ଭୂଇଁ
ସ୍ନେହ ଅନୁରାଗ ପ୍ରୀତି ଝରାଇ ।
କରୁଣା ପ୍ଲାବନେ ଚିତ୍ତ ମୋହାଇ
ମନ ପ୍ରାଣ ନିତି କିଣି ନିଅଇ ।
ଆକର୍ଷି ନିଅଇ ଯା ' ଚାରୁ ବେଶ
ବନ ଉଦ୍ୟ।ନେ ମନଲୋଭା ଦୃଶ୍ୟ ।
ଅତ୍ୟନ୍ତ ସୁନ୍ଦର ଦିଶଇ କମ
କୌଶଳ ପ୍ରୟୋଗ ଯା ' ମନୋରମ ।
ପ୍ରାକୃତିକ ପରିବେଶ ସୁଷମା
ଲହରୀ ପ୍ରବାହ ନାହିଁ ଉପମା ।
ସୌନ୍ଦର୍ଯ୍ୟ ସମ୍ଭାର ଅତୁଳନୀୟ
ବର୍ଣ୍ଣନା ବିହୀନ ଅବର୍ଣ୍ଣନୀୟ ।
ଚିତ୍ତାକର୍ଷକ ସେ ମଧୂରିମା ରେ
ପ୍ରତି ଜନ ମନ ହୃଦୟ ହରେ ।
ପ୍ରାଚୀନ ଗୌରବ ଅତୁଳନୀୟ
ଅବଦାନ ତାର ପ୍ରୀତି ଓ ସ୍ନେହ ।
ଆଦର ଆଦର୍ଶ ଉତ୍ତମ ଭାବ
ଉଦ୍ୟମ , ଉତ୍ସାହ ଜାଗୃତି ଦିବ୍ୟ ।
ଚେତନା ପୁଲକେ ପୂର୍ଣ୍ଣ ଯେ ଭୂମି
ହାତ ଠାରି ଡାକେ ଜନମ ଭୂଇଁ ।