STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ହାରି ନାହିଁ ହାରି ନାହିଁ

ହାରି ନାହିଁ ହାରି ନାହିଁ

2 mins
238

 

  ହାରି ନାହିଁ ହାରି ନାହିଁ

    ମୁଁ ମୋ ଜୀବନ ଯୁଦ୍ଧରେ

 ସାରି ସାରି ନାହିଁ 

    ମୁଁ ମୋ ବଞ୍ଚିବାର ଛନ୍ଦରେ

 ଆସିଛି ମୋ ଜୀବନେ

   କେତେ ଘାତ ପ୍ରତିଘାତ

  ତଥାପି ମୁଁ ହୋଇନି ଆହତ

  ଆଶା ନିରାଶାରେ ବଞ୍ଚିଛି ବଞ୍ଚିବି

   ପ୍ରତି ମୁହୂର୍ତ୍ତରେ ମୁଁ ମୋ

   ଜୀବନର ଲକ୍ଷ୍ୟକୁ

       ଖୋଜୁଥିଲି ଖୋଜିବି ।


   କିଏ କୁହେ ମୋତେ ପାଗଳ

    କିଏ ଜାଣେ ମୋତେ ନିର୍ବୋଧ

   ତଥାପି ମୁଁ ଛାଡିନି ମୋ ଜୀବନ ଯୁଦ୍ଧ

   କେତେ ହସ କେତେ କାନ୍ଦ ଦେଇ

     ଲଢିଛି ମୁଁ ମୋ ଜୀବନ କୁ

   କେବେ ଅନ୍ଧକାର କେବେ ଆଲୋକ

   ଜାଣେନି ମୁଁ ଏସବୁ କୁତର୍ଜମା କରିବାକୁ ।


   ପ୍ରିୟା ଓଠର ହସକୁ ଭୁଲିଛି

    ତା'ର ପ୍ରେମ ଓ ପ୍ରତାରଣାକୁ

     ଛାତି ତଳେ ଚାପିଛି

   ପିତା ମାତା ବନ୍ଧୁ ସହୋଦର ଙ୍କ

     ଲାଞ୍ଛନା କୁ ବି ଜୀବନେ ମୁଁ ମାପିଛି

   ସୁଖର ସାଥୀ ସଭିଏଁ ଏ କଥା ବି ବୁଝିଛି

   କେତେ ଧୋକା କେତେ ଦକା ସବୁକୁ ବି

      ଜୀବନେ ଅନେକ ସମୟେ ଯୁଝିଛି

   କାମ, କ୍ରୋଧ, ଲୋଭ, ମୋହ

     ସବୁକୁ ସମୀକ୍ଷା କରିଛି

   ଜୀଇଁ ଥାଇ ମଧ୍ୟ ଅନେକ ସମୟେ

    ମୁଁ ମରିଛି

    ତଥାପି ଜୀବନ ଯୁଦ୍ଧରେ

      ନ ହାରି ମୁଁ ଏବେ ଯାଏଁ ବଞ୍ଚିଛି ।


   କେତେ କେତେ ସୁନେଲି ସ୍ଵପ୍ନକୁ

     ଏ ମନ ଅଗଣାରୁ ଦୂରେଇ ଦେଇଛି

   ପରିସ୍ଥିତି ଓ ପରିବେଶ କୁ ଲକ୍ଷ୍ୟ କରି

    ସେ ସବୁକୁ ହୃଦୟ ରୁ ଧୋଇଛି

   ପ୍ରେମ ର ସଂଜ୍ଞା ଟାକୁ 

      ଅନେକ ବାର ଖୋଜିଛି

    ମଧୁର ସମ୍ପର୍କ ରେ ବାର ବାର ହଜିଛି

    ବାରମ୍ବାର ଧୋକା ଖାଇ

      ବାର ବାର ମୁଁ ମୋ ଜୀବନେ ହାରିଛି

    ତଥାପି ଜୀବନ ଯୁଦ୍ଧରେ ନ ହାରି ମୁଁ

      ଏବେ ଯାଏଁ ବଞ୍ଚିଛି ।


     କିଏ କୁହେ ମୋତେ ପାଗଳ

     କିଏ ମୋତେ କୁହେ ମୋତେ ନିର୍ବୋଧ

    ସତ ମିଛର ଦୋ ଛକିରେ ରହି

     କରି ଚାଲେ ମୁଁ ମୋ ଜୀବନ ଯୁଦ୍ଧ

    ଅନୁଭୂତି ଅଭିଜ୍ଞତା ସୂଚାଏ ମୋତେ

      ହାରି ନାହିଁ ହାରି ନାହିଁ

      ମୁଁ ମୋ ଜୀବନ ଯୁଦ୍ଧରେ

      ସାରି ନାହିଁ ସାରି ନାହିଁ

     ମୁଁ ବଞ୍ଚିବାର ଛନ୍ଦରେ ।


    ସତ କହିବାଟା କ'ଣ ପାପ

     ଧର୍ମ, ନ୍ୟାୟ ପଥରେ

      ଚାଲିବାଟା କି ପାପ

    ଅଧର୍ମ ଅନ୍ୟାୟ କରିବାକୁ

      ଆସେ କେତେ କେତେ ଚାପ

   କେଜାଣି କାହିଁକି କରି ମୁଁ ନ ପାରେ ପାପ

    ମୁଣ୍ଡ ନୁଆଇଁ ନ ପାରେ ମୋତେ କେଉଁ ଚାପ

    ତଥାପି ମୁଁ ନିଜକୁ ଭାବେ ଏକାକୀ

      ସଖା ସହୋଦର ନାହିଁ ମୋ କେ ସାକ୍ଷୀ

    କେ ନ ରୁହନ୍ତି ମୋ ସାଥେ

       ମୋ ଜୀବନ ପ୍ରବନ୍ଧରେ

    ହାରି ନାହିଁ ହାରି ନାହିଁ

      ମୋ ଜୀବନ ଯୁଦ୍ଧରେ

   ସାରି ନାହିଁ ସାରି ନାହିଁ

    ମୁଁ ବଞ୍ଚିବାର ଛନ୍ଦରେ ।


    କେତେ ଆଶା କେତେ ଆକାଙ୍କ୍ଷାର

     ସମ୍ମିଶ୍ରଣେ ଏ ଜୀବନ ଗଠିତ

   କେତେ ସୁଖ ଦୁଃଖର ସମଷ୍ଟିରେ

     ଏ ଜୀବନ ନିର୍ମିତ

   ମାତୃଭୂମି ମାତୃ ଭାଷାର ଉତ୍ଥାନ ପାଇଁ

     ସଦା ସର୍ବଦା ରୁହେ ମୁଁ ଚେଷ୍ଟିତ

    ସେ ପାଇଁ ମୁଁ ଯୀଶୁଙ୍କ ଭଳି

     ହୁଏ ଅହରହ କ୍ରୁଶବିଦ୍ଧ

    ତଥାପି ମୁଁ ହାରି ନାହିଁ ହାରି ନାହିଁ

      ମୁଁ ମୋ ଜୀବନ ଯୁଦ୍ଧରେ

    ସାରି ନାହିଁ ସାରି ନାହିଁ

    ମୁଁ ବଞ୍ଚିବାର ଛନ୍ଦରେ ।    


Rate this content
Log in

Similar oriya poem from Abstract