STORYMIRROR

Papu parida

Tragedy

4  

Papu parida

Tragedy

ହାଏରେ ଅଭାଗା ମଣିଷ

ହାଏରେ ଅଭାଗା ମଣିଷ

1 min
187

ହାଏରେ ଅଭାଗା ମଣିଷ


ପୁଅ ଦେଉ ନାହିଁ ବାପା ମୁହେଁ ଅଗ୍ନି

ବାପା ପାଉ ନାହିଁ ପୁଅ ଶବ

ମଶାଣୀରେ ଜଳେ ନିଆଁ ଦାଉ ଦାଉ

କେବେ

ଯମରାଜ ଶାନ୍ତ ହେବ।


ଜୀବନେ ସଂଘର୍ଷ କିଛି ଅବଶୋଶ

ନେଇ ପାରୁନାହିଁ ଟିକେ ନିଃଶ୍ଵାସ

ହାଏରେ ଅଭାଗା ମଣିଷ।


ଧନ ସମ୍ପତ୍ତିର ଜ୍ଞାନ ଓ ବୁଦ୍ଧିର

ଗର୍ବ ଭାଙ୍ଗି ହେଲା ଚୁରମାର

କେତେ ପୁଞ୍ଜିପତି କେତେ ନେତା ମନ୍ତ୍ରୀ

ସତେ ପାଇଲେ ମୃତ୍ୟୁ ବିଚାର।


ଆଉ କି କରିବ ମିଛ ଅହଂକାର

ଦେଖି କୋରନାର ଅଟ୍ଟହାସ

ହାଏରେ ଅଭାଗା ମଣିଷ।


ଅମ୍ଳଜାନ ଲାଗି ହାହାକାର ସୃଷ୍ଟି

ରୋଗୀ ଶଯ୍ୟା ଲାଗି ହନ୍ତସନ୍ତ

କେତେ ଯେ ଉପାୟ କଲାଣି ମଣିଷ

କାହିଁ ହେଉ ନାହିଁ ତାର ଅନ୍ତ।


ସବୁ ଚେଷ୍ଟା ତାର ହୁଅଇ ବିଫଳ

ଜଗା କାଳିଆ ହିଁ ଶେଷ ବିଶ୍ୱାସ

ହାଏରେ ଅଭାଗା ମଣିଷ।


ଜୀବିକା ଜୀବନ ହେଲା ଅନିଶ୍ଚିତ

ହାଏ ମିଳୁନି ପେଟକୁ ଦାନା

ପାଦ ଆଗେ ରାସ୍ତା ହାରିଯାଏ ସିନା

ଟିକେ ପାଖରେ ବସିବା ମନା।


ଆଖି ଆଗେ ମରେ ସହଭାଗୀ ସଙ୍ଗୀ

ଛୁଇଁବାକୁ ନ ହୁଅଇ ସାହସ

ହାଏରେ ଅଭାଗା ମଣିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy