ହାଏ ରେ କରୋନା
ହାଏ ରେ କରୋନା


ହାଏ ରେ କରୋନା ତୁ ତ ଅଚିହ୍ନା
କାହିଁକି ଖେଳୁଛୁ ଖେଳ
କେତେ ଜନଙ୍କର ପ୍ରାଣ ତୁ ନେଲୁଣି
ହୋଇଜା ତୁ ଦୁରୁବଳ ।
ଖେଳିବାକୁ ଭାରି ଭଲ ଲାଗୁଥିଲେ
ଆଜିତ ପଡିଛି ତାଲା
ଗ୍ରାମ ,ସାହି ଆଜି ହୋଇଛି ନିରବ
ହେଉନାହିଁ ତ ହୋ ହାଲା ।
ପାଖେ ଥାଇ ମଧ୍ୟ ସୁନାର ସଂସାର
ଶତ୍ରୁତ ସାଜିଛି ଆଜି
ବାହାର ଦେଶରୁ ଆସୁଅଛି ଯିଏ
ଗାଁ ମୁଣ୍ଡେ ଖାଉଛି ଭୋଜି ।
ନୁହେଁ ବାଘ ,ଭାଲୁ ନୁହେଁ ହାତୀ ,ସିଂହ
ନୁହେଁ କେଉଁ ଭୁତ ପ୍ରେତ
ତିନି ଅକ୍ଷର ଭରା ନାମଟି ତାହାର
ବିଶ୍ୱରେ ସାଜିଛି ଘାତ ।
ଦୂର ସହରରୁ ଆସିଥିଲେ ମଧ୍ୟ
ଚଉଦ ଦିନିଆଁ ଶାସ୍ତି
କେତେ ଦିନ ଆଉ କାଳିଆ ଠାକୁର
ହେବ ଆମ ଦେଶ ମୁକ୍ତି ।