STORYMIRROR

Renuka Samal

Inspirational

3  

Renuka Samal

Inspirational

ଗୁରୁ

ଗୁରୁ

1 min
220

ଗୁରୁ ଜ୍ଞାନ ଦାତା ଗୁରୁ ହିଁ ଈଶ୍ୱର

ଜୀବନେ ଜୀଇଁବା ପାଇଁ,

ଜ୍ଞାନର ଭଣ୍ଡାର ଗୁଣର ସାଗର

ଜଗତରେ ପୂଜା ପାଇ।


ଗୁରୁ ଜ୍ଞାନ ଦ୍ୱାରା ହୁଏ ଶକ୍ତିଶାଳୀ

ତା ବିନୁ ଜଗତ ଶୂନ୍ୟ,

ସେ ମନ୍ତ୍ର ଆଭାରେ ଆଲୋକିତ ଧରା

ଗୁରୁ ବଚନରେ ଜ୍ଞାନ।


ମଙ୍ଗଳ କରତା ଦୁଃଖର ହରତା

ଏକ ମାତ୍ର ଗୁରୁ ସେହି

ଜନ୍ମ ମୃତ୍ୟୁର ଏ ଲମ୍ବା ଦେଖାରେ

ଯେ ବାଟ କଢାଇ ଥାଇ।


ଗୁରୁ ଜ୍ଞାନ ଦାତା ଗୁରୁ ହଁ ଈଶ୍ୱର

ଗୁରୁ କଣ୍ଠେ ସରସ୍ୱତୀ,

ଗୁରୁର ପ୍ରସାଦେ କ୍ଷୁଦ୍ର ହୁଏ ବଡ଼

ଜୀବନରେ ସୁଖ ପ୍ରାପ୍ତି।


ଆଲୋକର ଧାରା ବିଛୁରିତ ହୁଏ

ଗୁରୁଙ୍କର ବିଦ୍ୟାଦାନେ,

ଗୁରୁ ଅପମାନ ଅଟେ ମହାପାପ

କର ଏକ ନିଷ୍ଠେ ଧ୍ୟାନ।


ଗୁରୁ ଆଶୀର୍ବାଦେ ପୂର୍ଣ୍ଣ ହୁଏ ଆଶା

ଚରିତ୍ର ଚନ୍ଦନ ପରି,

ବାସ ବିଛୁରଇ ଦିଗ୍ ବିଦିଗକୁ

ମନ ଆହ୍ଲାଦିତ କରି।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational