STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

1 min
184


ଭଙ୍ଗା ଏଇ ମନକୁ ରଙ୍ଗାଇଛି

ଆଜି ତୁମ ଲାଗି ସାତ ରଙ୍ଗେ

ଚାହିଁ ରହିଅଛି ତୁମ ଫେରିବାର

ପଥ କି ଗଭୀର ଅନୁରାଗେ!!

ମନ ଚିନ୍ତଇ ତୁମକୁ ଅନବରତ

ତୁମ ସ୍ମୃତି ସଦା ଅଲିଭା ଅକ୍ଷତ

ପ୍ରତୀକ୍ଷା ମୋହର ଅସୀମ ଅନନ୍ତ

ପୀରତି ଆମର ନିର୍ଲୋଭ ଶାଶ୍ୱତ!!

ଦିନ ପରେ ଦିନ ବିତେ ବର୍ଷ ପରେ ବର୍ଷ

ପାଣି ପରି ବୋହି ଚାଲେ ସମୟର ଚକ

ତୁମ ପଥ ଚାହିଁ ହରାଇଛି ଆଖିର ଚମକ

ଲେଉଟାଣି ପାଇଁ ମନ ପ୍ରାଣ ଉତ୍କଣ୍ଠିତ!!

ତୁମ ପ୍ରତୀକ୍ଷାରେ ସୁଦୂର ପ୍ରବାସେ

ବିରହର ଦାବାନଳରେ ଚିରକାଳ

ଅହର୍ନିଶି ଝୁରି ମରଇ ଚାତକ ସମ

ତୁମର ଅସଫଳ ବାପୁଡ଼ା ପ୍ରେମିକ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational