STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଭକ୍ତିର ଭଗବାନ

ଭକ୍ତିର ଭଗବାନ

1 min
289

ବଡ ଦେଉଳକୁ ଦେଖିବା ପାଇଁକି

ମନ ହେଉ ଅଛି ନିତି

ଚକା ବଦନଙ୍କ ଶ୍ରୀଚରଣ ପାଇଁ

ଆତୁର ହେଉଛି ମତି।୧।


କେଭେ ହେଉଅଛି ପ୍ରଭୁଙ୍କ ନିର୍ଦ୍ଦେଶ

ଚରଣ ସେବିବି ମୁହିଁ

ପୁଣି ଥରେ ମନ ଆତୁର ହେଉଛି

ଭକ୍ତିରେ ପୂଜିବି ମୁହିଁ।୨।


ତବ ବିନୁ ପ୍ରଭୁ ଗତି ନାହିଁ ମୋର

ତୁମେ ହିଁ ମୋର ଆରାଧ୍ୟ

ତୁମେ ଅଟ ମୋର ଜ୍ଞାନ କର୍ମ ଦୁଇ

ସର୍ବୋପରି ଅଟ ମଧ୍ୟ।୩।


ତୁମେ ହିଁ ପ୍ରେରକ ତୁମେ ହିଁ ରକ୍ଷକ

ମାର୍ଗଦର୍ଶକ ବି ମଧ୍ୟ

ସୁକର୍ମର ରାସ୍ତା ପ୍ରସ୍ତୁତ କର ହେ

ସତ୍ୟ ପଥେ ବିତୁ ମଧ୍ୟ।୪।


ଅଜ୍ଞାନ ଅନ୍ଧାରୁ ଜ୍ଞାନ ଦିଅ ପ୍ରଭୁ

ଜଗନ୍ନାଥ ଦୟା କର

ଦୁଃଖୀଜନଙ୍କର ଦୁଃଖର ଅଶ୍ରୁକୁ

ପୋଛୁ ଥିବି ନିରନ୍ତର।୫।


ବଡ ଦେଉଳକୁ ଦେଖିବା ପାଇଁକି

ମନ ହେଉଅଛି ନିତି

ଚକା ବଦନଙ୍କ ଶ୍ରୀ ଚରଣ ପାଇଁ

ଆତୁର ହେଉଛି ମତି।୬।



Rate this content
Log in

Similar oriya poem from Inspirational