Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswini Dash

Inspirational

3  

Manaswini Dash

Inspirational

ଶୂନ୍ୟତା

ଶୂନ୍ୟତା

1 min
186


ଅନେକଥର ଆଖିରୁ ଝରିଛି ଯନ୍ତ୍ରଣା ଜର୍ଜରିତ ଲୁହ 

ଅନେକଥର ହୃଦୟବି ନୀରବରେ ସହିଯାଇଛି ଅମାପ କୋହ 

କାହିଁକିନା ହୃଦୟ ମୋର ତା ନଗ୍ନ ଆଖିରେ ଦେଖିଛି ଅବାଂଛିତ ଶୂନ୍ୟତା 

ପୋଛିବାକୁ ଚାହିଁବି ତାକୁ ପୋଛିପାରିନି ମୋ ଅପାରଗ, ନିଃସହାୟ ହାତରେ 

ଆଦରିନେଇଛି ସବୁ ଅଭାବ, ଦୁର୍ବଳତା ଆଉ ନିକୃଷ୍ଟତାକୁ 

କେବଳ ଲୁଣିଆ ଲୁହାବୁନ୍ଦାକୁ ଆପଣେନେଇଛି ମୋ ସହାୟତାର ଚାଦର ରୂପେ ||

ଅନେକ ଖୋଜିଲା ପରେ ପାଇଛି ଏକ ସୁନ୍ଦର ଜବାବ 

ଏବଂ ଭଲ ପାଉଛି ଏଇ ଶୂନ୍ୟତାକୁ ଆଜି ବିନା ପ୍ରତିବାଦରେ 

କାରଣ ଏଇ ଶୂନ୍ୟତା ହିଁ ଦେଇଛି ପ୍ରେରଣା ଆଗକୁ ବଢିବାକୁ 

ଉତ୍ସାହିତ କରିଛି ସମସ୍ତ ପ୍ରତିବନ୍ଧକକୁ ଭାଙ୍ଗି ସଫଳତା ସାଉଁଟିବାକୁ 

ଆଉ ମୋ ଭିତରେ ଥିବା 'ମୁଁ ' କୁ ଖୋଜିବାକୁ 

ହେ ଶୂନ୍ୟତା !

ଆସ ଆଜି ତୁମେ ତୁମ ବାଂଛିତ ପଥରେ 

ସ୍ୱାଗତ କରେ ଆଜି ମୁଁ ମୁକ୍ତ ହୃଦୟରେ 

କାରଣ ତୁମେତ ହେଉଛ ଆଗକୁ ଗତିକରିବାର ଏକ ପ୍ରଚ୍ଛନ୍ନ ଉତ୍ସାହ ||


Rate this content
Log in