Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit raut

Inspirational

3  

Ajit raut

Inspirational

ମୋ ସୁନା ଝିଅଟି

ମୋ ସୁନା ଝିଅଟି

1 min
252


ସବୁଠାରୁ ଗେଲ୍ହା ଝିଅ ଅଟେ ମୋର

ତାର ପରି କେହି ନାହିଁ

ଦୁଖ କଷ୍ଟ ସବୁ ଭୁଲି ଯାଏ ମୁହିଁ

ହର୍ଷ ମୂଖ ଦେଖେ ଯୋହିଁ।୧।

ବାବୁ ବାବୁ ବଲି ଡାକୁଥାଏ ମୋତେ

ପ୍ରଫୁଲ୍ଲ ହୁଅଇ ମୁହିଁ

ଆବଶ୍ୟକ ତାର ଦାବି କରୁ ଥାଏ

ପୁରା କରୁଥାଏ ମୁହିଁ।୨।

ପୂରଣ ନହେଲେ ଆବଶ୍ୟକ ତାର

ଅଭିମାନ କରୁ ଥାଏ

ବୁଝାଇ ଦେଲେଟି ବୁଝି ଯାଏ ପୁଣି

ମୋତେ ବୁଝାଇ ଦିଏ।୩।

ମୋର ଦୁଃଖ ଦେଖି ଦୁଖୀତ ହୁଅଇ

ଧର୍ଯ୍ୟର ସନ୍ଦେଶ ଦିଏ

ହସି ହସି ତାହା ବୁଝାଇ ଦିଏଟି

କର୍ମର ସନ୍ଦେଶ ଦିଏ।୪।

ପ୍ରେରଣାର ସ୍ରୋତ ଝିଅଟି ମୋର

ତାର ପରି କେହି ନାହିଁ

ଯେଉଁଠି ରହୁ ସେ ଆନନ୍ଦରେ ରହୁ

ପ୍ରଭୁ ପଦେ ଭକ୍ତି ଏହି।୫।

ସବୁଠାରୁ ଗେଲ୍ହା ଝିଅଟି ମୋର

ତାର ପରି କେହି ନାହିଁ

ଦୁଖ କଷ୍ଟ ସବୁ ଭୁଲି ଯାଏ ମୁହିଁ

ହର୍ଷ ମୁଖ ଦେଖେ ଯୋହିଁ।୬।



Rate this content
Log in

Similar oriya poem from Inspirational