ପ୍ରେମ
ପ୍ରେମ
ପ୍ରେମ ..
କୋମଳ ହୃଦୟକୁ
ବିଦ୍ଧ କରେ ।
ପ୍ରେମ..
ମାନସପଟ୍ଟରେ
ଉଙ୍କିମାରେ ଆଷାଢ଼ର
ମେଘ ମେଦୁରିତ ଆକାଶର
ବିଜୁଳି ପରି ।
ପ୍ରେମ..
ଏକ ଅସ୍ଥାୟୀ ଅନୁଭବ
ଏହା ନୁହେଁ ଦୀର୍ଘସ୍ଥାୟୀ
ଆସେ ପୁଣି ଯାଏ
ଲୀନ ହୁଏ ସ୍ମୃତିର
ପରଦାରେ।
ପ୍ରେମ..
କାହାପାଇଁ ଗୋଲାପର ଶଯ୍ୟା
କାହାପାଇଁ କଣ୍ଟକିତ ପୁଷ୍ପ
କାହାପାଇଁ ବିରହର ଗୀତି
ପୁଣି ଆଉ କାହାପାଇଁ ଜଳିଯାଉଥିବା ମନରେ ଚନ୍ଦନର ପ୍ରଲେପ ପରି ।
