STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଆସ ଆସ ମହାବାହୁ

ଆସ ଆସ ମହାବାହୁ

1 min
186


ଉଦିତ ରବିଙ୍କ ସୁନେଲି କିରଣେ 

   ଆସ ଆସ ମହାବାହୁ,

ପ୍ରତ୍ୟୁଷରୁ ତୁମ ରୂପ ସାଥେ ସଦା

    ମୋର ଭାବ ରହିଥାଉ,

     ତୁଣ୍ଡ ସଦା ଜପୁଥାଉ,

ଲୀଳାମୟ ଆହେ ଜଗତ କରତା

    ମହାମନ୍ତ୍ରେ ରାତି ପାହୁ।



ତୁମରି ନାମରେ ମୋ ତିଳତର୍ପଣ

   ତୁଳସୀରେ ଜଳଦାନ,

ତୁମ ନାମେ ତୁଣ୍ଡେ ଦୟଣା ତୁଳସୀ

   ସ୍ନାନ ସାରି କରେ ପାନ,

   ମନ ନ ବଳାଏ ଆନ

ତୁମେ ମୋର ଗଙ୍ଗା ତୁମେ ଗୋଦାବରୀ

   ଶ୍ରୀଚରଣେ ଆଶ୍ରା ରହୁ।

    ଆସ ଆସ ମହାବାହୁ।


ତୁମେ ଗତିମୁକ୍ତି ସୁଖ ଦୁଃଖ ମୋର

    ତୁମେ ଦିବସ ରଜନୀ,

ତୁମେ ସୂର୍ଯ୍ୟଚନ୍ଦ୍ର ତୁମେ ହିଁ ଶୀତଳ

    ତୁମେ ମରୁତ ଯେ ବହ୍ନି,

    ହେ ପ୍ରଭୁ ଜଗତ ସାଇଁ

  ଓଁକାର ରେ ଶୁଣେ ତୁମ ନାମଧ୍ଵନି

   ସେ ନାମେ ମୋ ଜୀବ ଯାଉ।

     ଆସ ଆସ ମହାବାହୁ।




Rate this content
Log in

Similar oriya poem from Inspirational