STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଗୁରୁ ତୁମେ ମହାନ୍

ଗୁରୁ ତୁମେ ମହାନ୍

1 min
387

ଶ୍ରୀଗୁରୁ ବଚନ ଅମୃତ ସମାନ

ଅମାପ ଶକ୍ତି ଶ୍ରୀଗୁରୁ ଭକ୍ତିରେ, 

ଗୁରୁ ଏକମାତ୍ର ମାଧ୍ଯମ ଜଗତେ

ଇଶ୍ବର ସମୀପେ ପହଞ୍ଚିବାରେ ।୧। 


ଗୁରୁଙ୍କ ଆସ୍ଥାନ ଇଶ୍ବର ଠୁଁ ବଡ

ଚୀରବନ୍ଦନୀୟ ଗୁରୁ ଚରଣ, 

ଗୁରୁ କୃପା ଗୁରୁ ଆଶୀର୍ବାଦ ଥିଲେ

ଧନ୍ଯ ହୋଇଯାଏ ଶିଷ୍ଯ ଜୀବନ ।୨। ୯


କେବେ ସିନା ମିଳେ ଆକଟରେ ଭରା

ଗୁରୁଙ୍କ କଠୋର ଅନୁଶାସନ, 

ପୁଣି କେବେ ମିଳେ ପ୍ରେରଣାଦାୟକ

ଉତ୍ସାହପ୍ରଦ ମଧୁର ବଚନ ।୩। 


ଗୁରୁ ଆଶିର୍ବାଦ ଦିପ୍ତିମନ୍ତ କରେ

ବିଦ୍ଯା ଠାରୁ ନେଇ ପ୍ରତିଭା ଯାଏଁ, 

ଗୁରୁଙ୍କ ଆଦର୍ଶ ମାର୍ଗଦର୍ଶନରେ

ପ୍ରତି କ୍ଷେତ୍ରେ ଶିଷ୍ଯ ପ୍ରସିଦ୍ଧି ପାଏ ।୪। 


ପ୍ରାଚୀନ ଏ ଗୁରୁ ପୂଜା ପରମ୍ପରା

ସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ, 

ସେହି ଶ୍ରଦ୍ଧା ସେହି ସମ୍ମାନ ଆଜି ବି 

ସତେଜ ରଖିଛି ଭାରତ ଭୂଇଁ ।୫। 


ଆମର ପୂଜ୍ୟ ମହାନ୍ ଦାର୍ଶନିକ

ପ୍ରଣମ୍ୟ ଗୁରୁ ଶ୍ରୀରାଧାକ୍ରିଷ୍ଣନ, 

ଧର୍ମଶାସ୍ତ୍ର ଆଉ ଦର୍ଶନ ଶାସ୍ତ୍ରର

ଭାବାର୍ଥବୋଧରେ ଥିଲେ ନିପୁଣ ।୬। 


ଇଂରାଜୀ ଭାଷାରେ ଅନୁବାଦ କଲେ

ପବିତ୍ର ଗ୍ରନ୍ଥ ଭଗବତଗୀତା, 

ରାଷ୍ଟ୍ରପତି ରୂପେ ଦେଶସେବା ପାଇଁ

ଥିଲେ ସେ ଭାରତରତ୍ନ ବିଜେତା ।୭।


ଜନ୍ମଦନେ ଆଜି ତାଙ୍କରି ସ୍ମୃତିରେ 

ଦେଶ ପାଳୁଅଛି ଗୁରୁ ଦିବସ, 

ଶ୍ରଦ୍ଧାଞ୍ଜଳି ଘେନ ହେ ଜନନାୟକ

ବନ୍ଦନୀୟ ତୁମେ ସଦା ନମସ୍ଯ ।୮। 


ଗୁରୁ ଭକ୍ତି ଶ୍ରଦ୍ଧା ସେବା ହିଁ ପ୍ରକୃତ

ଗୁରୁଙ୍କ ନିମିତ୍ତ ଗୁରୁ ଦକ୍ଷିଣା, 

ଜଗତେ ହେ ଗୁରୁ ତୁମେ ହିଁ ମହାନ୍

କରୁଣା ତୁମର ନ ହେଉ ଊଣା ।୯। 



Rate this content
Log in

Similar oriya poem from Abstract