STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୁରୁ ଦିବସ

ଗୁରୁ ଦିବସ

1 min
291


କେଉଁସେ ନୈବେଦ୍ୟ     ଦେଇଣ ପୂଜନ

      କରିବି ମୁଁ ଗୁରୁ ଦେବ,

ଦିଶୁ ନାହିଁ ବୁଦ୍ଧି        ଆସୁଛି ଦିବସ

     ପାଞ୍ଚ ସେପ୍ଟେମ୍ବର ଦେବ।

ଜ୍ଞାନ ମନ୍ତ୍ର ପରା       ତବ ଅବଦାନ

       ଜ୍ଞାନରୁ ମୁହିଁ ଜାଣିଛି,

ଭକ୍ତି ସମର୍ପଣ       ପୂଜାର ନୈବେଦ୍ୟ   

       ଶିକ୍ଷାରୁ ତାହା ବୁଝିଛି।  

ନିସ୍ବାର୍ଥ ଭକ୍ତିରେ        କରିବି ପୂଜନ   

       ପଥପ୍ରଦର୍ଶକ ତୁମେ,

ଜ୍ଞାନର ପ୍ରଦୀପ        ଅଙ୍କୁରିତ କଲ  

     ମନୁଷ୍ୟ ଜୀବନେ ତୁମେ।

ଦେଲ ଧର୍ମ ଜ୍ଞାନ      ଦେଲ କର୍ମ ଜ୍ଞାନ

     କର୍ତ୍ତବ୍ୟର ଶିକ୍ଷା ଦେଲ,

ପ୍ରେମ ଶ୍ରଦ୍ଧା ଭକ୍ତି       ଜଡ଼ିତ କରିଲ

    ରାଷ୍ଟ୍ର ପ୍ରେମ ଶିକ୍ଷା ଦେଲ।

ଜନସେବା ପ୍ରୀତି      ଶିକ୍ଷାଦେଲ ତୁମେ

      ଶିକ୍ଷା ସମଭାବ ମନ୍ତ୍ର,

ଚରିତ୍ର ନିର୍ମାଣେ       ଦେଲ ଶିକ୍ଷାଗୁରୁ

       କରିଅଛି ଗୁରୁ ମନ୍ତ୍ର।

ଏ ଜୀବନ ପରା       ନିର୍ମାଣ ତହର

      ଦେଲଶାସ୍ତ୍ର ଜ୍ଞାନମନ୍ତ୍ର,

ଆତ୍ମା ପ୍ରମାତ୍ମାର      ଜ୍ଞାନ ଦେଲ ପୁଣି

      ଚାରିବେଦ ମହାମନ୍ତ୍ର।

ଜନ୍ମର ଉଦେଶ୍ୟ      ଶିକ୍ଷା ଦେଲ ତୁମ

      ଶିକ୍ଷା ବେଦାନ୍ତର ଦେଲ,

ସେହୁ ସବୁ ଜ୍ଞାନ      ଶିଷ୍ୟଙ୍କୁ ଦେଇଛ

      ଜ୍ଞାନରେ ସଂସ୍କାର ଦେଲ।

ଆସୁଛି ଦିବସ       ପାଞ୍ଚ ସେପ୍ଟେମ୍ବର

       ତହର ପୂଜନ ତହିଁ,

ପୂଜାର୍ଚ୍ଚନା ତୋର      କରିବି ଗୁରୁହେ

       ମନ ଆତୁରିତ ଯହିଁ।

ମନ ଇଚ୍ଛା ଯାହା       କୁହ ଗୁରୁଦେବ

      ପୂରଣ କରିବି ମୁହିଁ,

ଏକଲବ୍ୟ ପରି        କରିବି ପୂରଣ

      ଗୁରୁଦିବସରେ ମୁହିଁ।

ସତ୍ୟ ଏ ବଚନ      ମିଥ୍ୟା ନାହିଁକିଛି

      ଦେଖ କହି ଗୁରୁଦେବ,

ପୂରଣ ଅବଶ୍ୟ       କରିବି ଟି ମୁହିଁ

      ସତ୍ୟ ବଚନଟି ଦେବ।

ଦେଲେ ଯାହାକିଛି      ନିଅଁଟ ରହିବ

      ହୃଦରୁ ଜାଣୁଛି ମୁହିଁ,

ତଥାପି କହୁଛି       ଛାମୁରେ ତୁମର

      କରି ପ୍ରଣିପାତ ମୁହିଁ। 

କର୍ମପଥେ ରହି      କରେ ମୁଁ ଭକତି

      ଗୁରୁ ପରଂବ୍ରହ୍ମ ମୋର,

କରେକାର୍ଯ୍ୟ ମୁହିଁ     ତବ ଶିକ୍ଷା ରୂପେ

      ଗୁରୁହିଁ ସର୍ବୋଚ୍ଚ ମୋର।



Rate this content
Log in

Similar oriya poem from Abstract