STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଗୁଞ୍ଜୁଛି ରାଧା ଗୋବିନ୍ଦ

ଗୁଞ୍ଜୁଛି ରାଧା ଗୋବିନ୍ଦ

1 min
142



ଗୁଞ୍ଜୁଛି ରାଧା ଗୋବିନ୍ଦ

ମନକୁ କରେ ଆନନ୍ଦ !!


ଭକ୍ତିରେ ଯହୁଁ ଗ୍ରାମବାସୀ

ଅନ୍ନ ଖୁଆନ୍ତି ହୋଇ ଖୁସି !!


ନାମ ଯଜ୍ଞରେ ଅନ୍ନ ଦାନ

ଅଟେଟି ଏହୁ ମହାପୂଣ୍ୟ !!


ଭଣ୍ଡାର ଥାଏ ପରିପୂର୍ଣ୍ଣ

କରନ୍ତି ପୂର୍ଣ୍ଣ ଅନ୍ନପୂର୍ଣ୍ଣା !!


ନାମ ଯଜ୍ଞର ଏ ମହିମା

ଜାଣନ୍ତି ସାଧୁ ଓ ମହାତ୍ମା !!


ଏହୁ ମୁକ୍ତିର ପଥ ପରା

ଜ୍ଞାନର ଶିକ୍ଷା ଦିଏ ସାରା !!


ମହାମନ୍ତ୍ର ନାମ ହେ ପୁଣି

ହରେ କୃଷ୍ଣ ରାମ ଜାଣି !!


କଳିଯୁଗରେ ନାମ ଶ୍ରେଷ୍ଠ

ଜ୍ଞାନକୁ କରେ ସେ ବଳିଷ୍ଠ !!


ପ୍ରଭୁଙ୍କ ନାମ ଗୁଞ୍ଜୁ ଥିଲେ

ସତ୍ୟର ପଥ ତାକୁ ମିଳେ !!


ଶାସ୍ତ୍ରର ବଚନଟି ପରା

ରହୁଟି ଜୀବନରେ ସାରା !!




Rate this content
Log in

Similar oriya poem from Abstract