STORYMIRROR

Kali Kumar

Abstract Action Classics

3  

Kali Kumar

Abstract Action Classics

ଗୁହାରୀ

ଗୁହାରୀ

2 mins
206

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ

ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ ।।

ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ,

ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ।।

ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ବୋଲି ସର୍ବତ୍ର ଉଡୁଛି ବାନା,

ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ।।

ବଂଚାଇ ଦିଅ ! ପାରି କରି ନିଅ ! ଆହେ ମହାପ୍ରଭୁ

ଏହି ବିଷମ ବିପଦ କାଳୁ

ତୁମ୍ଭ ବିଜୟର ମଶାଲଟି ପୁନଃ ସାରା ବିଶ୍ୱରେ

ଦାଉ ଦାଉ ହୋଇ ଜଳୁ ।।

ତୁମ୍ଭେ ଯଦି କର୍ତ୍ତା ଧର୍ତ୍ତା ଦଇବ ବିଧାତା

ତେବେ କାହିଁକି ଗୋପନେ ଲୁଚିଛ ମନ୍ଦିରକୁ କରି ଢାଳ

ଯଦି ତୁମେ ସର୍ବଶକ୍ତିଶାଳୀ

ଯଦି ତୁମ୍ଭେ ସର୍ବତ୍ର ବିଦ୍ୟମାନ

ତେବେ ଦେଖାଅ ତୁମ୍ଭର ଅସୀମ ଅପାର ବଳ ।।

ନା ତୁମ୍ଭେ ସର୍ବ ଶକ୍ତିମାନ

ନା ତୁମ୍ଭେ ସର୍ବତ୍ର ବିଦ୍ୟମାନ

ତେବେ କିଆଁ ତୁମ୍ଭେ ଉଡ଼ାଇ ବୁଲୁଛ

କିଆଁ ମିଛରେ ପ୍ରଚାର କରୁଛ

ଜଗତର ପାଳନ କରତା ବୋଲି

ତୁମ ନାମର ଗାଥାକୁ ଉଛେଦ କର

ନହିଲେ ହୋ ପ୍ରଭୁ ! ଜନ ସମ୍ମୁଖରେ ତୁମ୍ଭ

ଗୁମର ମୁଁ ଦେବି ଖୋଲି,

ତୁମ୍ଭେ ଭୀରୁ ,ତୁମ୍ଭେ ପ୍ରାଣ କାତରେ

ରଣ ଛାଡ଼ି ପଳାୟନ କର ବୋଲି

କାବ୍ୟ ,ପୁରାଣେ ଯାହା ଉଲ୍ଲେଖ ରହିଛି

ବୃଥା ନ ଯିବ ହେ ଖାଲି ।।

ତ୍ରାହି ତ୍ରାହି ଯେବେ ଚତୁଃର୍ଦ୍ଦିଗେ ଶୁଭେ ତୁମ୍ଭେ ଡାକ କିମ୍ପା ନ ଶୁଣ

ଏହି ବିଷମ ବିପଦ କାଳୁ ନ ଉଦ୍ଧାରିଲେ ପ୍ରଭୁ

ଭଗବାନ ବୋଲି ରହିବ କି ତୁମ୍ଭ ପଣ ।

କୁହ ଜଗତର ପିତା, କୁହ ଜଗତରନାଥ

ତୁମ୍ଭେ କେଉଁଠି ଲୁଚିଛ କୁହ

ସ୍ଥାଣୁ ନ ପାଲଟି, ବଧିର ନ ହୋଇ

ତୁମ୍ଭ ଅସ୍ତିତ୍ବର ଜବାବ ଥରେ ଦିଅ ।।

କେଉଁଆଡ଼େ ତ ଦେଖାଯାଉ ନାହିଁ

ତୁମ୍ଭ ଅସ୍ତିତ୍ବର ଚିହ୍ନବର୍ଣ୍ଣ

ତୁମ୍ଭ ଜୀବିତ ଥିବାର ପ୍ରମାଣ

ଏଇ ଯେ ଚାରିଆଡ଼େ ଏବେ

ଅସଂଖ୍ୟ ଶବର ଗୋଦାମ

ତେବେ ! କ'ଣ ହୋଇଗଲା

ତୁମ୍ଭ ବଂଶର ଅବସାନ

ତୁମ୍ଭ ଜାତିର ନିଃଶ୍ଚିହ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract