ଗୁଡି ଯାଆ ଉଡି
ଗୁଡି ଯାଆ ଉଡି
ବାପା ଡାକଦେଲେ ପୁଅ ବାବୁଲାକୁ
ମକର ପରବ ଆଜି
ଧଇଲୁରେ ଗୁଡି ସୂତାର ନଟେଇ
ଉଡାଇବା ଦୁହେଁ ମିଶି ।
ଖୋଲା ପଡିଆରେ ପବନ ସାଥିରେ
ଆକାଶେ ଉଡିଲା ଗୁଡି
ଦେଖି ଗୁଡି ଉଡା ନାଚିଲା ବାବୁଲା
ବଜାଇଲା ହାତେ ତାଳି ।
କହିଲା ବାପାଙ୍କୁ ଅବୋଧ ବାବୁଲା
ନଟେଇର ଟାଣ ସୂତା
ବାନ୍ଧି ରଖିଅଛି ଗୁଡିଟା ଆମର
ଉଡି ପାରୁନାହିଁ ଉଚ୍ଚା ।
ନଟେଇରୁ ସୂତା ଛିଣ୍ଡାଇ ପକାଇ
ବାପା କହିଲେରେ ଅନା
ଗୁଡିଟା କେମିତି ଚକ୍କର କାଟୁଛି
ଦିଶୁ ନାହିଁ ଆଉ ଜମା ।
କହିଲା ବାବୁଲା କେମିତି ମିଳିବ
ହଜିଗଲା ଆମ ଗୁଡି
କହିଲେ ବୁଝାଇ ବାବୁଲାକୁ ବାପା
ଲାଭ ନାହିଁ ଖୋଜିକରି ।
ଏଇ ସୂତା ପରି ଆତ୍ମିକ ବନ୍ଧନ
ଅତୁଟ ରହିଲେ ଯାଇ
ଉଚ୍ଚ ଆକାଶରେ ସ°ସାର ମଧ୍ୟରେ
ସ୍ଥିତି ଥିବ ଦୃଢ଼ ରହି ।
ନିଜ ମାତାପିତା ଗୁରୁ ଗୁରୁଜନ
ସମାଜ ସ°ସ୍କାର ଶିକ୍ଷା
ନୁହଁଇ ବନ୍ଧନ ଅତି ଆବଶ୍ୟକ
ମନରେ ରଖିବୁ ସଦା ।
ବନ୍ଧନର ସୂତ୍ର ହୋଇଗଲେ ଚ୍ଛିନ୍ନ
ପରିଚୟ ନିରୂଦ୍ଦିଷ୍ଟ
ହେଉ ଗୁଡି ଅବା ମଣିଷ ଜୀବନ
ଅତୁଟ ସମ୍ପର୍କ ରଖ ।
ଗଣ୍ଠି କରି କଥା ଗୁଡାଇଲା ସୂତା
ବାବୁଲା ପାରିଲା ବୁଝି
ଜୀବନର ଗୁଢ଼ ମୈ।ଳିକ ଦର୍ଶନ
ଯିବ ନାହିଁ କେବେ ଭୁଲି ।
------
