ଗରୀବୀ ମୂନୀ
ଗରୀବୀ ମୂନୀ
ଝିଅଟିଏ ଥିଲା ନାମ ତାର ମୂନି
ସଭିଙ୍କର ଅତି ସେ ଆପଣାର
ଦୋଷ କିଏ କଲେ କ୍ଷମା କରିଦିଏ
ହୄୄୄୄୄୄୄୄୄୄୄୄଦୟ କୋଠରୀ ତାଦଡ ଉଦାର
ଚଳୀବା ପାଇଁ ସେ ଗରୀବୀ ସତ
ମୁହଁଟି ତାର କିନ୍ତୁ ସଦା ହସହସ
ଶଦ୍ଦ କହି ବୁଝାଇବାରେ ସେ ଧନୀ
କେହି କରିପାରନ୍ତିନି କଦା ଉପହାସ
ଗାଁ ଟି ଯାକ ଛୁଆ ସତେ ଯେମିତି ଲାଗନ୍ତି
ତା ମାଆ ପେଟର ଜନ୍ମକଲା ଛୁଆତକ
ଏଣୁ ସବୂ ଭାଇ ଭଉଣୀଙ୍କୁ ଡାକି ଆଦରେ
ଖୁଆଇଦିଏ ନିଜର ଖାଈବା ଭାଗତକ
କେତେ ଅଲୀଅଳି ଝିଅ ହୋଈଥାନ୍ତା
ବାପା ତାର ଯଦି ଆଜି ସତେ ବଞ୍ଚିଥାନ୍ତା
ଗରୀବୀ ପଦଟି ଲାଗନ୍ତାନି ଆଗରେ
ଠିକ୍ ରାଜନେତା ଟି ଯଦି ବଛା ହୁଅନ୍ତା
ଧନୀକୁ ଅତି ଧନୀ କରେ ତାଙ୍କ ସରପଞ୍ଚ
ଗରୀବଙ୍କୁ ଦେଖିଲେ କରେ ଛି ଛାକର
ମଣିଷପଣିଆ ବୋଲି ନାହିଁ ଯାହା ପାଖରେ
ସେ କି ବୁଝିବ ଗରୀବପଣ ଏକ ଗରୀବୀର
