STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଗରୀବୀ ମୂନୀ

ଗରୀବୀ ମୂନୀ

1 min
122

ଝିଅଟିଏ ଥିଲା ନାମ ତାର ମୂନି

ସଭିଙ୍କର ଅତି ସେ ଆପଣାର

ଦୋଷ କିଏ କଲେ କ୍ଷମା କରିଦିଏ

ହୄୄୄୄୄୄୄୄୄୄୄୄଦୟ କୋଠରୀ ତାଦଡ ଉଦାର


ଚଳୀବା ପାଇଁ ସେ ଗରୀବୀ ସତ

ମୁହଁଟି ତାର କିନ୍ତୁ ସଦା ହସହସ

ଶଦ୍ଦ କହି ବୁଝାଇବାରେ ସେ ଧନୀ

କେହି କରିପାରନ୍ତିନି କଦା ଉପହାସ


ଗାଁ ଟି ଯାକ ଛୁଆ ସତେ ଯେମିତି ଲାଗନ୍ତି

ତା ମାଆ ପେଟର ଜନ୍ମକଲା ଛୁଆତକ

ଏଣୁ ସବୂ ଭାଇ ଭଉଣୀଙ୍କୁ ଡାକି ଆଦରେ

ଖୁଆଇଦିଏ ନିଜର ଖାଈବା ଭାଗତକ


କେତେ ଅଲୀଅଳି ଝିଅ ହୋଈଥାନ୍ତା

ବାପା ତାର ଯଦି ଆଜି ସତେ ବଞ୍ଚିଥାନ୍ତା

ଗରୀବୀ ପଦଟି ଲାଗନ୍ତାନି ଆଗରେ

ଠିକ୍ ରାଜନେତା ଟି ଯଦି ବଛା ହୁଅନ୍ତା


ଧନୀକୁ ଅତି ଧନୀ କରେ ତାଙ୍କ ସରପଞ୍ଚ

ଗରୀବଙ୍କୁ ଦେଖିଲେ କରେ ଛି ଛାକର

ମଣିଷପଣିଆ ବୋଲି ନାହିଁ ଯାହା ପାଖରେ

ସେ କି ବୁଝିବ ଗରୀବପଣ ଏକ ଗରୀବୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract