ଗରିବ ହେଲେ ବି ଦୁଃଖ ନାହିଁମୋର
ଗରିବ ହେଲେ ବି ଦୁଃଖ ନାହିଁମୋର


ଗରିବ ହେଲେ ବି ଦୁଃଖ ନାହିଁ ମୋର
ଖୁସି ମୋ ପାଖରେ ଅଛି
ଛାତ ଘର ଗୋଟେ ନଥିଲେ ନଥାଉ
ଝାଟି ମାଟି ଘର ଅଛି.....
ପଲାଉ ମାଉଁସ ନଥିଲେ ନଥାଉ
ଯାଉ ପେଜପାଣି ଅଛି
ଗାଡି ଘୋଡା ମୋର ନଥିଲେ ନଥାଉ
ଦୁଇ ଗୋଡ଼ ଭଲ ଅଛି
ଧନୀ ନାହିଁ ବୋଲି ଦୁଃଖ ନାହିଁ ମୋର
ଗରିବରେ ଖୁସି ଅଛି
ଆମ ପରିବାରେ ପରସ୍ପର ମଧ୍ୟେ
ସ୍ନେହ ମମତା ତ ଅଛି.....
ଯାହା ଅଛି ପାଖେ ସେତିକିରେ ଖୁସି
ଲୋଡ଼ା ନାହିଁ ଆଉ କିଛି
ଶାନ୍ତିରେ ଶାନ୍ତିରେ ଜୀବନ କଟୁଛି
ଦୁଃଖ ମନେ ନାହିଁ କିଛି.....
ଧନୀ ବି ବଞ୍ଚୁଛି ଗରିବ ବଞ୍ଚୁଛି
ବଞ୍ଚନ୍ତି କର୍ମକୁ ନେଇ
ମୁଁ ବି ବଞ୍ଚିବି ମୋ କର୍ମ ନେଇ
ଦୁଃଖ କରିବାର ନାହିଁ......
ଧନୀ ବି ମରିବ ଗରିବ ମରିବ
ମରିବାକୁ କିଆଁ ଡରିବି
ଏଇ ସଂସାରରେ ଥିବି ଯେତେ ଦିନ
କର୍ମ କରି ପେଟ ପୋଷିବି.......