ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ଝିଅଟିଏ ହୋଇ ଜନମ ହୋଇଲି
ମାତୃଗର୍ଭରୁ ଯେବେ ,
ଧିରେ ଧିରେ ଯେବେ ବଡ ମୁଁ ହୋଇଲି
ଫିଟିଲା ବୟସ ସେବେ ।
ଜୀବନ ଜଞ୍ଜାଳେ ଶୈଶବର କାଳେ
ଘଟିଛି କେତେ ଘଟଣା ,
ବିବାହ ବୟସ ଉପନୀତ ହେଲା
ସଭିଙ୍କୁ ହୋଇଲା ଜଣା ।
ବାପାଙ୍କର ମୁଣ୍ଡେ ପଡିଗଲା ବଜ୍ର
ଖୋଜିଲେ ଉତ୍ତମ ପାତ୍ର,
ଖୋଜି ପାଇଗଲେ ଉତ୍ତମ ପାତ୍ରଟେ
ବଦଳି ଗଲା ମୋ ଗୋତ୍ର ।
ବିଦା କରିଦେଲେ ଶାଶୁଘର ଦେଖି
ମଥାରେ ଦେଲି ସିନ୍ଦୁର ,
ସାଜିଲି ଘରର ଗୃହଲକ୍ଷ୍ମୀ ମୁହିଁ
ପରକୁ କଲି ନିଜର ।
ସେବେ ଠାରୁ ମୋର ବଦଳିଲା ଭାଗ୍ୟ
ଗଢିଲି ନୂଆ ସଂସାର,
ପୁତ୍ରପୁତ୍ରୀଙ୍କର ମାତା ମୁଁ ସାଜିଲି
ନିତିଦିନ କାମ ମୋର ।
ଶାଶୁ ଶଶୁରଙ୍କ ସେବା ମୁଁ କରିଲି
ପାଇଲି ଆନନ୍ଦ ଲୋଭା ,
ଧରେଇଲେ ସେ ଘର ଚାବି ମୋତେ
କରିଲେ ଘର ମୁଖିଆ।
ସଭିଙ୍କ କଥା ବୁଝୁଥିବୁ ତୁହି
ତୁ ପରା ଘରର ଲକ୍ଷ୍ମୀ ,
କାଠି କୁଟା ନେଇ ଘର କରିଥିଲେ
ପଥର ପଡିଲେ ସହି ।
କେତେ ଝଡ ଝଞ୍ଜ ଆସିବ ସଂସାରେ
ସହିବାକୁ ହେବ ଛାତି ,ପଥର
ପାରିବି କି ସମ୍ଭାଳି ଏ ଘରର ଚାବି
ପାରୁନାହିଁ ମୁଁ ତ ଜାଣି ।
ପରକୁ ମୁଁ ଯେ ନିଜର ଭାବିଲି
ନିଜେ ପଡିଗଲି ବନ୍ଧା,
ମନ ତଳେ କେତେ ବ୍ୟଥା ଯେ ଲୁଚିଛି
କହିବାକୁ କେତେ କଥା ।
ପେଟରେ ଭୋକ ପେଟରେ ମାରିଲି
ସାଜିଛି ଘର ଘରଣୀ ,
ନ କହି ନ କହି ଶାଶୁ ଯେ କହନ୍ତି
ସବୁ କଥା ଜାଣି ଜାଣି ।
ନଣନ୍ଦ ମୋର ଯେ ଖିଲି ପାନ ଖାଇ
ନାଟ ତ ଲଗାଇ ଥାଏ ,
ଶାଶୁ ଗରଗର ହୁଅନ୍ତି ସେ ପରା
ବୋହୂ ଟି କିଛି ଦୋଷ ନକରି।
ପତି ଦୁଖେ ଦୁଖୀ ସୁଖରେ ତୁ ସୁଖୀ
ରହିଥିବ ସାରା ଜୀବନ
ପତିର ମନର ଭାବନାକୁ ବୁଝି
କରିବୁ ତାକୁ ନିଜର।
ଦୁହିତା ଦୁଇ କୂଳର
ଅଟଇ ମାନ ମର୍ଯ୍ୟାଦା।