ହଜିଯାଇଛି ମୋ ବର୍ଣ୍ଣବୋଧ
ହଜିଯାଇଛି ମୋ ବର୍ଣ୍ଣବୋଧ
ପାଶ୍ଚାତ୍ୟ ସଭ୍ୟତା ଗଲାଣି ବଢ଼ି
ମଡନ୍ ଯୁଗର ମଡନ୍ ସଭ୍ୟତା
ଚାରିଆଡେ ଖାଲି ସ୍ବାର୍ଥ କୋଳାହଳ
କାହିଁ ଦିଶେନାହିଁ ମାନବିକତା ।
ନାହିଁ ଏଠି ଆଉ ମାଆର ମମତା
ନାହିଁ ଭାଇ ଭାଇରେ ଏକତା
ନାରୀ ଆଜି ଏଠି ନାହିଁ ସୁରକ୍ଷିତା
ବାଟ ଘାଟେ ଆଜି ହୁଏ ଧର୍ଷିତା ।
ବଦଳିଛି ଆଜି ଗାଆଁ ପରିବେଶ
ଶୁଭୁନାହିଁ ଆଉ ଚାଟଶାଳି ଚାଟ
ହଜିଛି କେବେଠୁ ଗୁରୁଙ୍କ ଆକଟ
ସବୁ ଦୁଆରେ ସଜ ଇର୍ଷା କବାଟ ।
ବର୍ଣ୍ଣବୋଧ ବହି ଅଚିହ୍ନା ପାଠ
ଭାଗବତ ବହି ପୁରୁଣା ଭାବ
ଗୁରୁ ଗୁରୁଜନ ଅବହେଳିତ
ଆପଣା ବାଗରେ ସଭିଏଁ ଶ୍ରେଷ୍ଠ ।
ବାରମାସେ ଏଠି ତେର ପରବ
ଶୁଭେଚ୍ଛାରେ ଭରେ ସଭିଙ୍କ ପେଟ
ରାଜନୀତିଆଙ୍କ ହଟଚମଟ
ସବୁଠି ପଡ଼ିଛି ସ୍ବାର୍ଥର ଛିଟ ।
