STORYMIRROR

mamatanjali Patra

Others

3  

mamatanjali Patra

Others

ସୁଧୀର ଶରତ ତୋଷିବି ଚିତ୍ତ

ସୁଧୀର ଶରତ ତୋଷିବି ଚିତ୍ତ

1 min
139

ନିର୍ମଳେ ଆକାଶେ ଭସା ବାଦଲ ରେ

ନାଚି ନାଚି ଯାଏ ଶରତଋତୁରେ

ମା ଦଶଭୂଜା ଆମନ୍ତ୍ରଣ କରି

ଧରିତ୍ରୀ ମାତା ବୃକ୍ଷକୁ ଦିଏ ଢାଙ୍କି ଦେଇ ।


ଧୋବ ଫରଫର କାଶତଣ୍ଡୀ ଫୁଲ

ମଥାରେ ଦେଇଛି ଓଢଣୀ

ସତେ କି ଲାଗୁଛି ନୂଆ ବୋହୂ ପରି

ଆହାଃ କି ସୁନ୍ଦର ମନଲୋଭା ତାର ।


ସୁଲୁସୁଲିଆ ପବନ କାଶତଣ୍ଡୀ ଫୁଲ

ସମୀର ବହଇ ଖେଳି ଖେଳି ଦୋଳି

ମାଆକୁ ଡାକୁଛି ଆ ସଜ ହୋଇ 

ସ୍ୱାଗତ କରିବେ ଭେରି ତୂରୀ ବଜେଇ ।


ରାସ୍ତା କଡେ କଡେ ନଈ ପଠା ତୀରେ

ଦେଖିବାକୁ ମିଳେ ଆନନ୍ଦ ବିଭୋରେ

ନଭରେ ଭସା ବାଦଲ ମେଲାଣି

ସତେ କି ଲାଗେ ଚନ୍ଦ୍ରମାର ଜହ୍ନ ପରି।


ସବୁଜ ଧାନ କ୍ଷେତ ସରୁ ସରୁ କେଣ୍ଡା

କେନାଲ ପାଣିରେ ଚାଲେ ଦଣ୍ଡିକାରି ଗେଣ୍ଡା

ମାଳତୀ ଟଗର ନାନା ପୁଷ୍ପ ଯେ ଫୁଟି

ଶରତର ଶୋଭା କିଏ ବର୍ଣ୍ଣିକି ପାରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍